STORYMIRROR

srikant behera

Others

3  

srikant behera

Others

ଘରର ଘରଣୀ ମୋ ମାଲିକାଣି

ଘରର ଘରଣୀ ମୋ ମାଲିକାଣି

1 min
207


ଘରର ଘରଣୀ  ମୋର ମାଲିକାଣି

   ଗରଗର ହୁଏ ଖାଲି 

ଭୁଲ ହେଲେ ଟିକେ  ନିରିଖେଇ ଦେଖେ 

   ପର୍ସ ବ୍ୟାଗ ମୋର ଖୋଲି |


କାଗଜ କଲମ  ଧରେ ଯେବେ ମନ 

   ସନ୍ଦେହ ଦୃଷ୍ଟିରେ ଚାହେଁ 

ପେରେମ ପତର  ଲେଖନ୍ତି ପତି ବର 

   ବରବର ହେଉଥାଏ |


ସୁଆଁ ପାଉଣ୍ଡର  ଡେ଼ଲି ଦରକାର 

   ମାଖି ହୁଏ ସବୁ ଦିନ 

ଫେୟାର ଲଭଲି  ଯଦି ଭୁଲି ଗଲି 

   ଦିନରେ ଦେଖାଏ ଜହ୍ନ |


କିମିଆଁ କଲାକି  ସେହି କବିତାଟି 

    କାହା ଘର ଝିଅ ସିଏ 

ରାତି ହେଲେ ପୁଣି  ଗୋଡ଼କୁ କଚାଡି 

    ଉଠ ବସ କରୁଥାଏ |


ଯେତେବି କହିଲେ  ପ୍ରିୟତମା ମୋର 

   ସବୁଠୁ ଅଧିକ ସୁନ୍ଦର 

ରାଗ ରୋଷ କଲେ  ମନକୁ ମାରିଲେ 

    ଗାଏ ଗୀତ ପସନ୍ଦର |




Rate this content
Log in