STORYMIRROR

SUSHREE SANGITA

Others

3  

SUSHREE SANGITA

Others

ଘରକୁ ଫେରୁଛି କାଳିଆ

ଘରକୁ ଫେରୁଛି କାଳିଆ

1 min
74


ନବ ଦିନାତ୍ମକ ଯାତ୍ରାର

ଲୀଳାଖେଳା ସାରି,

ଘରକୁ ଫେରୁଛି କାଳିଆ

ସାଥେ ଭାଈ ଭଉଣୀଙ୍କୁ ଧରି,

ପଥେ କ୍ଷୁଧାର୍ତ୍ତ ମେଣ୍ଟାଇବା ପାଇଁ 

ମାଉସୀ ହାତରୁ ଆଣେ ପୋଡପିଠା କରି,

ତୋଳି ନିଏ ପୁଣି ସେ ଶ୍ରୀଫଳକୁ

ଧରି ହାତ ଦାସିଆ ବାଉରୀ।

ଶରଧାବାଲି ଦେଇ ବାହୁଡେ ଜଗା

ଲଗେଇ ମାୟାର ଡୋରି,

ସାଥେ ଘେନି ଯାଏ ସେ ପୁଣି

ଭକତର ଦୁଃଖ କଷ୍ଟକୁ ହରି।

କହିଯାଏ,

ବରଷକେ ପରେ

ଆସିବି ପୁଣି ଜନମବେଦୀକୁ

ଅପେକ୍ଷାରେ ରହିଥାଅ

ହେ ବନ୍ଧୁଗଣ ମୋହରି,

ଚିନ୍ତା କର ନାହିଁରେ ଭକତେ

ସ୍ପର୍ଶ କରିପାରିବ ନାହିଁ

ତୁମକୁ କୋଉ ମହାମାରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍