STORYMIRROR

Ajayakumar Mohanty

Others

3  

Ajayakumar Mohanty

Others

ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ

ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ

1 min
296


ବାହାରେ ବୁଲିବା ବନ୍ଦ 

ମୁହଁରେ ତୁଣ୍ଡି ଦେଇ 

ସାରା ଦେହ ଘୋଡେଇ ହୋଇ 

ଗାଆଁ ଭିତରେ ସଞ୍ଜବେଳେ 

ଏକୁଟିଆ ବୁଲିବା କଣ ମନା। 

ତଥାପି ଡର ମାଡ଼େ କରୋନାକୁ 

ଆହୁରି ଅନେକ ବିବେକ ଲାଞ୍ଛନା 

କାହିଁକି ବୁଲିବି ଯେ 

ନିୟମ କାନୁନ କଣ ଜଣା 

ଦେଶପାଇଁ ସମାଜପାଇଁ କିଛି ଦିନ 

 ସ୍ୱ ଇଚ୍ଛାରେ ଜେଲ୍ ଭୋଗିବାରେ 

ଆପତ୍ତି କରିବି କାହଁକି ଯେ 

ନିଜ ଘରେ ବନ୍ଦୀ ଜୀବନର 

ଅଭିଜ୍ଞତାକୁ ଅନୁଭବ କରାଯାଉ 

କ୍ଷତି କଣ? 

ତାଛଡ଼ା ଆତ୍ମସମ୍ମାନର ଡର 

ପୋଲିସ ପିଟଣର ଡର 

ଆମେ କଣ ପଘା ଛିଣ୍ଡା ଗୋରୁ। 

ସହଜେ ତ ହାଲ୍ଲା ସାର୍ ଙ୍କ ଉପରେ 

ମାଡ଼ ହେଇଛି ଛାଡ଼ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍