STORYMIRROR

Biswajita Baral

Children Stories Classics Inspirational

4  

Biswajita Baral

Children Stories Classics Inspirational

ଘରେ ଘରେ ତ୍ରିରଙ୍ଗା

ଘରେ ଘରେ ତ୍ରିରଙ୍ଗା

1 min
388

ଗଗନେ ପବନେ ପ୍ରକମ୍ପିତ ଆଜି

ଦେଶ ମାତୃକାର ଜୟ,

ବିଭିନ୍ନତା ମଧ୍ୟେ ଏକତା ଆମର

ଏ ଦେଶର ପରିଚୟ ।


ଘରେ ଘରେ ଆଜି ତ୍ରିରଙ୍ଗା ପତାକା 

ଉଡ଼େ ଫରଫର ହୋଇ,

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଆମ

ସ୍ୱତନ୍ତ୍ରତା ମନ୍ତ୍ର ଗାଇ ।


ସୁଜଳା ସୁଫଳା ଚିର ଚାରୁଶୀଳା

ଏଇ ଆମ ଜନ୍ମଭୂଇଁ

ନୀଳ ପାରାବାର ଚରଣ ଛୁଏଁ ତା 

କଳକଳ ଗୀତ ଗାଇ ।


ସ୍ୱାଧୀନ ଦେଶର ଅମୃତ ଉତ୍ସବେ

ମଗ୍ନ ଆଜି ଦେଶବାସୀ,

ସ୍ମରି ସେ ସୁପୁତ୍ରେ ଜାତି ପ୍ରୀତି ଲାଗି 

ଚଢିଥିଲେ ଯିଏ ଫାଶି ।


ତାନ୍ତିଆ ଝାନସୀ ସୁରେନ୍ଦ୍ର ଛୁଆଳ 

ବୀରସୁତ ଆତ୍ମାହୁତି 

ବିର୍ସା ରାଜଗୁରୁ ଲକ୍ଷ୍ମଣ ବାଜିଆ

ରକତେ ଭିଜିଲା ଛାତି ।


ବୀର ପ୍ରସବିନୀ ବୈଭବଶାଳିନୀ

ଭାରତ ମାଆର କୋଳେ

ସଗର୍ବରେ କୁହ ଭାରତୀୟ ଆମ୍ଭେ

ସୃଷ୍ଟିରେ ମହି ତଳେ ।


Rate this content
Log in