STORYMIRROR

Sanuja Meghamala

Others

4  

Sanuja Meghamala

Others

ଘର*********

ଘର*********

1 min
191


ଘର ନୁହେଁ ସ୍ତୁପ ଟିଏ

ଇଟା ବାଲି ସିମେଣ୍ଟ ର

କମ କୁଟ ସୁନ୍ଦର ସୂକ୍ଷ୍ମ କାମର

ସୁଶୋଭିତ ଅଟ୍ଟାଳିକା ଅବା

ଦୃଷ୍ଟି ଆକର୍ଷଣ କରୁଥିବା ମହଲ ଟେ

ଆଖିଦୃଶିଆ ରଙ୍ଗ ର ।


 ଘର ତ ତାକୁ କହନ୍ତି

ଯେଉଁଠି ସକାଳ ଠୁ ସଂଜ

 ବିତିଯାଏ ନିଜ ଲୋକ ଙ୍କ ସହ

 ହସ ଖୁସି ସୁଖ ଦୁଃଖ କୁ

ସମାନ ଭାବେ ବାଣ୍ଟି ବା ଭାଵନା ରେ ।

 "ଘର ଏକ ପବିତ୍ର ମନ୍ଦିର"

 ଯାହା ସରଗ ଠୁ ସୁନ୍ଦର 

ମିଳେ ବାପା ,ମାଅା ଓ 

ଅନ୍ୟାନ୍ୟ ଗୁରୁ ଜନ ଙ୍କ ଠାରୁ

ଭଲ ମଣିଷ ଟେ ହୋଇ

କର୍ତ୍ତବ୍ୟ କରିବାର ସମସ୍ତ ପ୍ରେରଣା ।


 ହସି ଉଠେ ସେ ଘର

ଯେଉଁଠି ସାନ ମାନେ

ବଡ଼ ମାନ ଙ୍କୁ ଦିଅନ୍ତି ସମ୍ମାନ

ଭକ୍ତି ରେ ପୂଜନ୍ତି ଇଶ୍ଵର ମାନି

ପରିବାର ର ବୟୋଜ୍ୟେଷ୍ଠ ଙ୍କ

ମାର୍ଗଦର୍ଶନ ନିର୍ଦ୍ଧାରଣ କରେ

କନିଷ୍ଠ ଙ୍କ ର କର୍ମ ଓ କର୍ତ୍ତବ୍ୟ

ଭବିଷ୍ୟତ ଜୀବନ ର କାର୍ଯ୍ୟ ପନ୍ଥା

 ବଡ଼ ମାନେ ଦେଖାଉଥିବା ରାସ୍ତା ରେ

କନିଷ୍ଠ ଟେ ହାତ ଧରି ବାଟ ଚାଲେ

ଭରସା ରେ ଆଖିବୁଜି ଦେଇ।

ନ ଥାଏ ତିଳେ ଅଭିମାନ 

 ମେଞ୍ଚା ମେଞ୍ଚା ଅହଙ୍କାର 

ପରସ୍ପର ଙ୍କ ଉତ୍ତମ ବୁଝା ମଣା ରେ

ହସି ଉଠେ ସୁଖର ସଂସାର

 ଯେଉଁଠି ଶାନ୍ତି, ପ୍ରୀତି ,ବିଶ୍ୱାସ ଓ ଭରସା  

 ଘର ର ଖୁମ୍ବ ସାଜି ମଜବୁତ୍ କରନ୍ତି ସମ୍ପର୍କ କୁ।

ଆନନ୍ଦ ରେ ହସି ଉଠେ ସେ ଘର

ଘର ନୁହେଁ ସ ତ ବୈକୁଣ୍ଠ ପୁର ।


 


 




Rate this content
Log in