STORYMIRROR

Prasanta kumar Hota

Others

2  

Prasanta kumar Hota

Others

ଘର

ଘର

1 min
316


ହେଉ ପଛେ କାନ୍ଥ ମାଟି କାଦୁଅର

ନଥାଉ ଛାତ ଛପର

ଭୋଜନରେ ରନ୍ଧା ଅନ୍ତରରେ ବନ୍ଧା

ସୁଖ ଲାଗେ ସେହି ଘର


ସଂସାର ମାୟାରେ ଘର କରିଥାଉ

ଘର ହେବ ବୋଲି ଭୋଗ

କେତେ ଯେ ଆୟାସ କରିବାକୁ ହୁଏ

କେତେ ପୁଣି ଯୋଗ ଯାଗ ।


ଘର ମୋହେ ମାୟା ଗଢିବାକୁ ତାହା

ଗଢୁଥିଲେ କାଟି କୁଟି

ଚାହୁଁ ଚାହୁଁ ଆୟୁ ହୋଇଯାଏ କ୍ଷୀଣ

ନିମିଷକେ ଯାଏ ଘୋଟି ।


ଅର୍ଜିଥିଲେ ଘର ଆତ୍ମୀୟ ନିଜର

ହେଉଥାନ୍ତି ପରିସର

ଅଣ୍ଟାକୁ ସଳଖି ଅଣ୍ଟି ଖୋଲିଥିଲେ

ଘର ଲାଗେ ନାହିଁ ଭାର


ଋଣକୁ ଆଦରି ସଞ୍ଚୟକୁ ସାରି

ଘର ହେଲେ ଘୋର କାଳେ

ଋଣ ସୁଝୁ ସୁଝୁ ଅବସର

ଆସେ

ଭୋଗ ଭୋଗେ ବୃଦ୍ଧ ବେଳେ


ନିର୍ଲୋଭରେ ଥିଲେ ନିରାସକ୍ତ ହେଲେ

ସବୁ ବାସ ତାର ଘର

ନୁହେଁ ସେ ପ୍ରସାଦ ନୁହେଁ ଅଟ୍ଟାଳିକା

ଘର ଖୋଜେ ପରିବାର


ଘର ଖୋଜେ ଘର ଘରଣୀ ଆଦର

ସ୍ନେହ ପ୍ରୀତି ମୁଳାଧାର

ଭାଇ ବନ୍ଧୁ ସୁଖ ନେଇଯାଏ ଦୁଃଖ

ଏଇ ଆମ ସେଇ ଘର


ମନରେ ଆଦର ମନ ମୋହେ ଘର

ନିଜ ଘର ପାରାବାର

ଅନ୍ୟ ଘର ଦେଖି ଅସହିଷ୍ଣୁ ହେଲେ

ସେହି ଘର ବିଷାଦର


ଯାଠାରେ ଯେ ଗୃହ ମନ୍ଦିର ସମାନ

ସ୍ଵଛତାରେ ଦିଏ ମାନ

ପରସ୍ପର ପ୍ରିତୀ ପାଉଥିଲେ ପ୍ରତି

ପରିବାର ପ୍ରତ୍ୟାସନ୍ନ ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍