STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଘର

ଘର

1 min
436


ଦାମ୍ପତ୍ୟ କଳହ ବିରହର ଜ୍ୱାଳା

ଜୀବନ ସ୍ରୋତରେ ଉଗ୍ର ହଳହଳା


ହୃଦୟ ଦହନ ତୀବ୍ର ପ୍ରକରଣ

ଅଭାଗା କୁ ଭାଗ୍ୟ ହେବ କି କାରଣ


ଦାମ୍ପତ୍ୟ ର ସୁଖ ଭାଗ୍ୟବାନ କହେ

ହତଭାଗ୍ୟ ସିନା ଦାମ୍ପତ୍ୟ ବିରହେ


ମଧୁଭରା ପ୍ରେମ ଭାଗ୍ୟବାନ ଭୋଗେ

ଅଭାଗା ଅଲୋଡା ପ୍ରେମ କାହୁଁ ଜାଗେ


ବିରହର ବିଷ ବିରହି ବହୁଶଃ

ପାନ କରେ ସିନା ହୃଦୟ ହତାଶ


ନୁହେଁ କି ଅନନ୍ତ ନୁହେଁ ବିଶ୍ୱନାଥ

ନୀଳକଣ୍ଠ ଅବା ଜଗତର ନାଥ


ବିଷପାନ ପାଇଁ ଅଛି କି ସାମର୍ଥ୍ୟ

ସମ୍ପର୍କ ତିକ୍ତରେ ଜର୍ଜର ଅତୀତ


ରଖି ରତି ମତି ନିକଟ ହୁଅଇ

ନିଷ୍କପଟ ଭାବେ ଅତନୁ ସାଜଇ


ପ୍ରେମ ନିର୍ଝରିଣୀ ଝରିବ କି ସତେ

ନିର୍ଭୟ ନିନାଦେ ସଦୟ ସରିତେ


ଭାବୁଥାଏ ସଦା ରହିବିକି ଦାସ

ସଂସାର ସୁଖକୁ କରୁଥିବି ଗ୍ରାସ


ହେଲାନାହିଁ ସହି ତୁମ ସାଥେ ରହି

ଦାରୁଣ ବ୍ୟଥା କୁ ବୁଝେ ଅବା କେହି


କୋକିଳର ସ୍ୱର ବେସୁରା ବାସଇ

ବିରହ ବିଧୁରେ ସବୁ ଯାଏ ରହି


ସବୁ ଦେଖେ ସିନା ଲାଗେ ଫିକା ଫିକା

ଅମୃତ ମଣୋହୀ ପାଇଲେ ବି ପିତା


ସନ୍ତୁଳିତ ହେଲେ ଅନ୍ତର ବେଦନା

ଭାବେ ମୁଁ ଆସୁଛି ଉଜାଣି ଯମୁନା


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍