STORYMIRROR

pratap nayak

Others

3  

pratap nayak

Others

ଘର

ଘର

1 min
245


ଧନ ଜନ ଗୋପ ଲକ୍ଷ୍ମୀ ଭରପୁର....

ପୁଣି

ସତ୍ୟ ଶାନ୍ତି ଦୟା କ୍ଷମା ବିରାଜମାନ....

ଯେଉଁଠି ବାପା ବୋଉ ପୁଅ ଝିଅ 

ତୁମେ ଆଉ ମୁଁ ...

ସେ କୁଡିଆଟି ....

ସେ କୁଡିଆଟି ସ୍ୱର୍ଗପୁରଠାରୁ 

କେଉଁ ଗୁଣରେ କମ୍ କି??

ତୁମ ପାଦ ନୂପୁରର ଋଣୁଝୁଣୁ ଝଂକାର 

ସରିହେବକି ରମ୍ଭା ମେନକାର ନୂପୁର....

ବାପା ବୋଉଙ୍କ ଅନାବିଳ ମମତା 

ବହୁ ଉର୍ଦ୍ଧ୍ୱରେ ବିଷ୍ଣୁଙ୍କ କୃପାଠୁ...

ପିଲାଙ୍କ ଅକପଟ ଅଳି ଅର୍ଦ୍ଦଳି 

ଉଣା ନୁହେଁ ଗଣେଷ କାର୍ତ୍ତୀକ କଳି

ମୋର ବାହୁବଳ ମତେ ଚଳେଇ ନେବାର ଧର୍ଯ୍ୟ

କଳିକୁ କିଳିଛି ମର୍ତ୍ତ୍ୟରେ

ସତରେ ଆମେ ସବୁ ଗୋଟେଗୋଟେ ଫୁଲ

ସତରେ ଆମେ ସବୁ ଗୋଟେଗୋଟେ ଫୁଲ

ବନ୍ଧା ସେହି ମାଳାହୋଇ ଗୋଟିଏ ରଜ୍ଜୁରେ

ସେ ରଜ୍ଜୁ ନୁହେଁତ

ତାର ନାମ ଏକମାତ୍ର ଘର

ଏକମାତ୍ର ଘର ....



Rate this content
Log in