STORYMIRROR

Jitendra Seth

Others

4  

Jitendra Seth

Others

ଘର

ଘର

1 min
370

ମୁଣ୍ଡ ଗୁଞ୍ଜିବାକୁ ଛାତ ଖଣ୍ଡିଏ 

ନାହିଁ ଯାହାର ପାଖରେ 

ସେ କହି ପାରିବ ଘରର ଅର୍ଥ 

ପଚାରି ବୁଝିବ ଥରେ ।। 


ଖରା ବରଷାରେ ପିଠିକୁ ଦେଖାଇ 

ସବୁ କଷ୍ଟ ସହିଯାଏ 

ଯେଉଁଠି ପାଇଲେ ସେଇଠି ଶୋଇ 

ରାତି ଟା କଟେଇ ଦିଏ ।। 


ରାସ୍ତାକଡ଼ର ପକ୍କାଘର ଦେଖି 

ମନକୁ ବୁଝାଇ ଦିଏ 

ଭାଗ୍ୟକୁ ଆଦରି ସବୁ କଥା ଭୁଲି 

ହସି ଦେଇ ଚାଲିଯାଏ ।। 


ରଙ୍ଗହୀନ ଅଟେ ଜୀବନଟି ତାର

ନାହିଁ ବୋଲି ଖଣ୍ଡେ ଘର 

ଘର ଖଣ୍ଡିକ ସପନ ତା ପାଇଁ 

ପ୍ରତିକ୍ଷିତ ଜୀବନର  ।। 


ସଂସାରେ ଏମିତି ଅନେକେ ଅଛନ୍ତି 

ନାହିଁ ଯାହାଙ୍କର ଘର 

ଘର ଶବଦର ଅର୍ଥ କଣ ବୋଲି 

ଯାଇ ତାହାଙ୍କୁ ପଚାର ।। 


ଆମ ପାଖରେ ସବୁକିଛି ଥାଇ 

ତଥାପି ମନରେ ଦୁଃଖ

ରହିବାକୁ ନାହିଁ ଘର ଯାର ପାଖେ

ତାକୁ ଥରେ ଚାହିଁ ଦେଖ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍