STORYMIRROR

Santanu kumar Meher

Others

3  

Santanu kumar Meher

Others

ଘର

ଘର

1 min
223



ନୀତି ଏଠି ଜୀବନ ଖେଳେ

ଗହୀରି ଜଳେ,

ନୌକାର ବାହକ ହୋଇ ।

ଯାତ୍ରୀଙ୍କ ସଖା ସାଜେ,

ସକାଳର ସୂର୍ଯ୍ୟାଲୋକଠୁ

ସନ୍ଧ୍ୟାର ରାତିମୁହାଁ ଧୋଇବାଯାଏଁ

ସଂଘର୍ଷରେ ଯାଇ ।।୧।।

ବିରତି ମିଲେନା କେବେ

ନଈର ପ୍ରଖରୀ ଶ୍ରୋତରେ

ଦିନ,ମାସ, ବର୍ଷକକୁ ଅନେଇ ।

ଜଞ୍ଜାଳର ଋତୁରାଣୀ ବି

ଆଦରିନିଏ ସମୟ ସବୁକୁ

ତେଲଲୁଣ ସଂସାରରେ ଧାଇଁ ଧାଇଁ ।।୨।।

ଆଉ....? ଜୀବନର ଘରଟା

ସାରା ରାତି ଅବା ଦିନର

ଅସହ୍ୟ କ୍ଲାନ୍ତରେ,

ଆନନ୍ଦ ପଡେ ସତେ ଯେମିତି ନଇଁ ।

ଦୁଃଖ,କଷ୍ଟ,ଯନ୍ତ୍ରଣାର ବୋଝରେ

ଝାଟି,ମାଟି ଝୁପୁଡି କୁଡ଼ିଆ ଘର,

ଟିକେ ଖୁସିରେ ବଞ୍ଚିବା ପାଇଁ

ଆଖିରେ ଅଶାନ୍ତ ନଈ ।।୩।।

****

ଶାନ୍ତନୁ କୁମାର ମେହେର

(ଅଧ୍ୟାପକ), ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ, ପୁରୀ

୯୪୩୭୧୬୦୦୬୫


Rate this content
Log in