STORYMIRROR

Lalita Mohan Mishra

Others

3  

Lalita Mohan Mishra

Others

ଘର

ଘର

1 min
174


ମମି ! ମୁଁ ଜାଣେ ତୁମେ

ବହଳ ନିଦରେ ଶୋଇଥିବ

ଶୋଇ ଯାଇଥିବ ଗଦୀରେ

ନିଦୁଆ ଆଖିରେ ମହଣ ,

ମହଣ ସୁଖ ସ୍ୱପ୍ନରେ

ବିଭୋର ହୋଇ ଥିବ ତୁମେ..

ନିଦକୁ ଭାଙ୍ଗି ଦେଲେ ତୁମର

ମଧୁର ସ୍ୱପ୍ନ ସବୁ ପବନରେ

ତୁଳା ପରି ଉଡିଯିବ

ତେଣୁ ମୁଁ ତୁମକୁ ନିଦରୁ

ଉଠାଇବାକୁ ଚାହେଁନି ଲିନା..

ତୁମ ନିଦୁଆ ଆଖିର

କଅଁଳିଆ ମୁହଁଟି

ମୋତେ କିନ୍ତୁ ଭାରି ଭଲଲାଗେ

ସରଳତାରେ ଖୁନ୍ଦି ହୋଇଥିବା

ତୁମ ମୁହଁର ସେ ମାନଚିତ୍ରରେ

ଢଳ ଢଳ ଆଖି ଦୁଇଟି ଆହୁରି

ଆକର୍ଷଣୀୟା ଲାଗ ତୂମେ

ସେ ନିରୀହ ଆଖି ଦୁଇଟି

ପାଇଁ ମନରେ ଭାରି ମାୟା ଜାଗେ ।

ତୁମ ସାଥିରେ ସିନା

ପ୍ରେମର ଘର ବାନ୍ଧି

ପାରିଲିନି କିନ୍ତୁ...

ଜାଣ ମମ !

ପବିତ୍ର ଭଲ ପାଇବା ହୃଦୟ

ଭିତରେ ତୁମେ ଥାଏ ଓ

ତାକୁ ଅନୁଭବ

କରିହୁଏ ଅତି ସୁନ୍ଦର ଭାବରେ

ସେହି ପବିତ୍ର ଡୋରି ଭିତରେ

ଦୁଇଟା ମନକୁ

ସହଜରେ ବାନ୍ଧି ପକାଏ

ଅତ୍ମୀୟତାର ପ୍ରଲେପ ଦେଇ

ଦୂର ପାହାଡ ସୁନ୍ଦର ପରି

ଦୂରରୁ ହିଁ ତୁମକୁ ଦେଖେ

ମୋର ଆତ୍ମତୃପ୍ତି ହୁଏ ନାହିଁ

ଅବଶୋଶ ରହିଯାଏ...

ଆମେ ସିନା ଘର

କରି ପାରିଲେ ନାହିଁ, ହେଲେ.. ତୁମେ

ଯେଉଁଠି ଅଛ ଭଲରେ ଥାଅ

ଭଗବାନ ତୁମର ମଙ୍ଗଳ କରନ୍ତୁ

ମୁଁ ତୁମର ସେହି ହତଭାଗା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍