STORYMIRROR

Amitav Sahu

Others

3  

Amitav Sahu

Others

ଘର

ଘର

1 min
176

ଏବେ ଯୋଉ ବାତ୍ୟା ହେଲା

ଆମ ଗାଁ ବୁଢ଼ା ବରଗଛଟା ଗଲା

ଦଳେ ପକ୍ଷୀ ରହୁଥିଲେ

କାହିଁ କେତେ ଦିନୁ

ଉଡ଼ିଗଲେ କୁଆଡ଼େ କେଜାଣି

ଶୁଣୁଥିଲି ପାଖ ଗାଁର

କୋଉ ଗୋଟେ ଗଛରେ ବସାବାନ୍ଧି

ରହୁଛନ୍ତି ଏକାଠି ।


ଆମ ଗାଁ ମୁଖିଆ

ହରିଆ ପଧାନ ବୁଢ଼ା

କୋଉ ସାତପୁରୁଷର ଘରେ

ରହୁଥିଲା ଏକାଠି

ଗଛପଡ଼ି ବୁଢ଼ା ମଲା

ଘର କିନ୍ତୁ ଯେମିତି ସେମିତି

ଯାହା ଖାଲି ଦୁଇ ପୁଅ

ମଝିରେ ବାଡ଼ ଟେକି ରହୁଛନ୍ତି ସେଇଠି।


ପଚାରିଲେ କୁହନ୍ତି

ଆମେ ଏବେ ବି ଏକାଠି

ଚଳିବାକୁ ଅସୁବିଧା ହେଲାତ

ବଡ଼ଭାଇ ସେଇଠି

ଆଉ ମୁଁ ଏଇଠି !!



Rate this content
Log in