STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ଘର ନୁହେଁ ସେତ ସରଗପୁର

ଘର ନୁହେଁ ସେତ ସରଗପୁର

1 min
446


ମନମନ୍ଦିରରେ କରିବା ଘର

ଘର ନୁହେଁ ହେଵ ସରଗପୁର

ସଂପର୍କ ହୋଇବ କେଡେ ମଧୁର

ତାହା ଅଟେ ସ୍ନେହ ମମତାର


ସ୍ନେହ ଡୋରିରେ ବାନ୍ଧି ହେଇବା

ଘରର ମାନମର୍ଯ୍ୟଦା ରକ୍ଷାକରିବା

ପରଷ୍ପର ମଧ୍ୟରେ ମିଳିମିଶି ଚଳିବା

ଆମ ଏକତା ଆମେ ରକ୍ଷା କରିବା


ଠାକୁର ରୂପେ ସେଠି ପାଇବେ ପୂଜା

ବାପା ଆଉ ମାଆ ଆମର

ପିତାମାତାହିଁ ଆମର ପରମେଶ୍ବର

ସେ ପରା ଆମର ଚଳନ୍ତି ଠାକୁର


ନିତି ସୁମରି ତାଙ୍କୁ ମନରେ ଆଣି

ପ୍ରଣାମ କରିବା ଦୁଇ ହସ୍ତ ଘେନି

ଭକ୍ତିଭାବ କିଛି ଗୁରୁଜନ ପାଇଁ

ସେବା କରୁଥିବା ତାଙ୍କ ମନ ଚିହ୍ନିଁ


ଧରିବାନି କେହି ମାନ ଅଭିମାନ

ଗୁରୁଜନମାନଙ୍କୁ ଦେବା ସମ୍ନାନ

ବାପା ମାଆ ଆମର ଅମୂଲ୍ୟ ରତ୍ନ

ତାଙ୍କ ବିନା ଆମ ଜୀବନ ଶୂନ୍ୟ


ବାତ୍ସଲ୍ୟ ମମତାରେ କରନ୍ତି ଆଦର

ତାଙ୍କ ଵିନା ସେ ଘର ଲାଗେ ଅନ୍ଧାର

ସେମାନେ ସାକ୍ଷାତ ଦେଵତା ତୁଲ୍ୟ

ବୁଝିଵା ତାଙ୍କ ସ୍ନେହ ମମତାର ମୂଲ


ଯଶକିତ୍ତି ଏବଂ ମାନ ସମ୍ନାନ ପାଇବା

ତାଙ୍କୁ ସର୍ବଦା ମନରେ ଭକ୍ତି କରିବା

ସ୍ନେହ,ଶ୍ରଦ୍ଧା,ପ୍ରେମ,ବିଶ୍ବାସ ରଖି

ହସ ଖୁସିରେ ଦିନ କାଟିବା ଏଠି


ସେ ଘର ସର୍ବଦା ହସି ଉଠିବ

ବୈକୁଣ୍ଠପୁର ସମାନ ପାଲଟିଯିବ

ହୁରିପଡ଼ିବ ସେତ ଜଗତ ସାରା

କେଡେ ମହାନ ସେ ଘର ପରା


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍