STORYMIRROR

Jagabandhu Sahu

Others

2  

Jagabandhu Sahu

Others

ଘର ଚଟିଆ

ଘର ଚଟିଆ

1 min
257

ଭାଙ୍ଗି ଗଲାଣି ବସା ତାଙ୍କର

   ତୁଟି ଗଲାଣି ଆଶା

ଦିନକୁ ଦିନ ସଭ୍ୟ ସମାଜ

    ଆପଣେ ପ୍ରତିହିଂସା 


କିଚିରି ମିଚିରି ଶବଦ ତାଙ୍କ

   ଆଉ ଯମା ଶୁଭୁନି

ଚାଳ ଛପର ବସା ଘର ପରା

   ଗାଁରେ ଆଉ ଦିଶୁନି


କଳା ଧଳା ଆଉ ମାଟିଆ ରଙ୍ଗର

    ଘର ଚଟିଆ ତା ନାମ

ଦିଶୁନାହାନ୍ତି  ପ୍ରାୟ ସେଇ ପକ୍ଷୀ

    ସ୍ମୃତି ଲାଗେ ପଛ ଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍