STORYMIRROR

pratap nayak

Others

3  

pratap nayak

Others

ଘୋଷକ ସୂଚନାକେନ୍ଦ୍ରର

ଘୋଷକ ସୂଚନାକେନ୍ଦ୍ରର

1 min
449



ସେଦିନର ମେଳାବୁଲା

ତେ ହଜିବାର ଠିକଣା

ଦଉଥିଲା ସୂଚନା କେନ୍ଦ୍ର

କେବଳ ମୋ ନାଁ ନେଇ

ହଁ କେବଳ ମୋ ନାଁ ନେଇ

କେଇ ମୁହୂର୍ତ୍ତର ବିଚ୍ଛେଦ

କହୁଥିଲୁ

ଯୁଗ ପରେ ଯୁଗ ଲାଗିଥିଲା ତୋତେ

ଲୁହ ଲହୁର କୋହ

ମନେଥିଲା ଅନେକ ଦିନ ଯାଏ

ମିଳନ ସେଦିନ ଆମର

ଲେଖି ରଖିଥିଲୁ ଆମେ ସାତ ସିନ୍ଦୁକରେ

ସିଦ୍ଧାନ୍ତ ଏହିପରିଥିଲା

ଜୀବନରେ ମେଳା ବନ୍ଦ ହେବାର ଇଚ୍ଛା

ଦୁର୍ବାର ତୋର ଆଉ ମୋର

ହେଲେ ଆଜି

ହେଲେ ଆଜି

ମୁଁ ବୁଲେ ଏକା ଆଜି

ତୋ ଖିଲିଖିଲି ହସ

ମୋ ସ୍ପନ୍ଦନରେ ଆସେ

ଭାବେ

ସ୍ୱପ୍ନ ଦେଖୁଛି ଦିନରେ ମୁଁ

କିନ୍ତୁ ସତ

ସବୁବେଳେ ସତ

ତୁମ ହାତର ଛନ୍ଦ ଆଉ କା ହାତରେ

ହଜିଯାଅ ପୁଣି ତୁମେ

ସୁଚନା କେନ୍ଦ୍ର ଡାକେ

ତୁମ ନାଁ

ଯୋଡେ ଅନ୍ୟନାମ

ଆସ ନେଇ ଯାଅ

ଆସ ନେଇ ଯାଅ

ତୁମ କାନ୍ଦ ଏକାକାର

ଅାଉ କା'ର କୋଳେ

ଏବେ ମିଁ କିଏ ଯାଣିଛ

ମୁଁ ପରା ସେହି ମେଳାର

ସୂଚନା କେନ୍ଦ୍ରର ଘୋଷକ


ପ୍ରତାପ ନାୟକ-୭୦୦୮୦୫୪୨୮୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍