STORYMIRROR

Sandhyarani dash

Others

3  

Sandhyarani dash

Others

ଘେନ ପ୍ରଣାମ

ଘେନ ପ୍ରଣାମ

1 min
314

ସ୍ୱାଧୀନ ସଂଗ୍ରାମୀ ମରି ପାରେ ନାହିଁ

କାଳର କରାଳ ଗତି,

ଦୀର୍ଘ ସ୍ଥାୟୀ ତାଙ୍କ ଅମର କାହାଣୀ

କାଳଜୟୀ ତାଙ୍କ ସ୍ମୃତି।

ଭାରତ ମାତର ତୁମେ ବୀର ପୁତ୍ର

ଧନ୍ୟ ତୁମ ଦେଶ ପ୍ରୀତି,

ଦେଶ ପାଇଁ କେତେ ଗୌରବ ଆଣିଲ

ରଖି ଦେଇ ଗଲ କୀର୍ତ୍ତି।

କାଳଜୟୀ ତୁମ ଅମର କାହାଣୀ

ବନ୍ଦୀଘର ପାଠଶାଳ।

କୋମଳ ସରଳ ଭାଷାରେ ବୁଝିବା

ହୋଇ ନାହିଁ କେବେ ହେଳା।

ଘେନ ପ୍ରଣାମ ହେ ମହାପୁରୁଷ

ତୁମ ପାଦ ତଳେ ଆଜି,

ଫେରି ଚାହାଁ ଥରେ ଏ ମାଟି ମାଆ କୁ

ନିଇତି ବସୁଛି ଖୋଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍