ଘେନ ମୋର ଶେଷ ପ୍ରଣାମ
ଘେନ ମୋର ଶେଷ ପ୍ରଣାମ
• ଘେନ ଶେଷ ପ୍ରଣାମ
• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• କେଉଁ ଏକ ଅଜଣା ପୁରରୁ ତୁମରି ମହାର୍ଘ ପରଶ
• ବଳେ, ଉଦ୍ଜିବିତ ଏ ରମ୍ୟ ଚାରୁଚିତ୍ର ଅଦ୍ଭୁତ ପୃଥିବୀ
• ତେବେ ଏଠି କାହିଁ ମୋର ଅସ୍ତିତ୍ବ, କିବା ଅଛି ମୋ ନିଜସ୍ବ ।
• କି ଯଶ ଲଭିବି କୁହ ପ୍ରଭୁ ତୁମଦାନ ତୁମକୁ ଅରପି ।।
•
• ଏବେ ମୁଁ ବଦଳି ଯାଇଛି ପାଲଟିଯାଇଛି ସ୍ବାର୍ଥପର
• ବାନ୍ଧି ହୋଇ ମୋହ,ମାୟା, କାମନା,ବାସନା ଜାଲରେ
ସ୍ବାର୍ଥାନ୍ଧେ ମୁଁ ତୁମକୁ ଖୋଜିଲି ଘର,ବନ,ପର୍ବତ କାନ୍ତାର ।
• ନପାଇ ଭାବେ, ସତେ ଲୁଚି ରହିଛ ଭକ୍ତ ହୃଦୟ କନ୍ଦରେ ।।
•
• ତୁମ ଅଛୁଆଁ ପରଶ ଏବେ ମୋ ମନରେ ତୋଳେ ଶିହରଣ
• ଦେଖାଦିଅ ଆସ ବସ ମୋର ମୁକୁଳା ହୃଦୟ ମନ୍ଦିରେ
• ତୁମ ମଧୂର ବଇଁଶୀ ର ସ୍ବନ କରୁଛି ଏ ମନ ହରଣ ।
ଅପସରୁ ମାୟା, ଯେପରି ରାତି ହଜେ ଅରୁଣ କିରଣେ ।।
•
• ମନ ଗୋଟେ ଅମାନିଆ ବଣୁଆ ଚଢ଼େଇ କଥାମାନେ ନାହିଁ
• ଶରୀର ତ ମାଟି ପିଣ୍ଡ ବନ୍ଧା ସିଏ କାଳର କବଳେ
• ତୁମେ ମୋର ପ୍ରାଣ ଓ ଜୀବନ ଦୟାମୟ ଆହେ ବିଶ୍ବସାଇଁ ।
• ନାହିଁ ଆଉ ପରିତ୍ରାଣ, ଦିଅ ହେ ଶରଣ ତବ ଶ୍ରୀପୟରେ ।।
