STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଘେନ ମୋର ପ୍ରଣିପାତ

ଘେନ ମୋର ପ୍ରଣିପାତ

1 min
464


ତୁମେ ତପ, ତୁମେ ଜପ,   ତୁମେ ପରା ପରଂତପ

ଓଁ ଶ୍ରୀ ପତି, ପତି ବିଶ୍ଵପତି,   ବିଶ୍ଵରୂପ ତୁମ ରୂପ

ଅଦ୍ଭୁତ ସେ, ଅନନ୍ତ ସେ,

ଅଚିନ୍ତ୍ୟ ନୀୟ ସ୍ଵରୂପ

ତୁମେ ତପ,ତୁମେ ଜପ ।।


ତୁମେ ଧ୍ୟାନ, ତୁମେ ଧର୍ମ,   ତୁମେ ପରା ସତ୍-କର୍ମ

ସୃଜନ କରତା ତୁମେ ପିତା,ମାତା  ବିସ୍ତାରିତ ଏ ଭୂଲୋକ

ଅଦୃଶ୍ୟ ସେ, ଅରୂପ ସେ 

ସର୍ବମୟ ସର୍ବ ବ୍ୟାପ୍ତ

ତୁମେ ତପ, ତୁମେ ଜପ ।।


ତୁମେ ପ୍ରାଣ, ତୁମେ ପବନ,  ତୁମେ ପରା ଦିବ୍ୟଜ୍ଞାନ

ତୁମେତ ଅନ୍ଧାର, ତୁମେତ ଆଲୋକ,  ପରିବ୍ୟାପ୍ତ ବିସ୍ତାରିତ

ସଞ୍ଚାଳକ,ପ୍ରକାଶକ, ତୁମେ

ସଞ୍ଚାଳନେ ସଂଯୋଜକ

ତୁମେ ତପ, ତୁମେ ଜପ ।।


ତୁମେ ମନ, ତୁମେ ଜ୍ଞାନ,   ତୁମେ ପ୍ରଭୁ ପରଂବ୍ରହ୍ମ

ତୁମେ ନିରାକାର, ତୁମେ ନିରାମୟ,  ସୃଷ୍ଟି ର ସୃଜନ‌ କାରକ

ଦିବ୍ୟ ଦୃଷ୍ଟି, ଦିବ୍ୟ ସୃଷ୍ଟି,

କୋଟି ବ୍ରହ୍ମାଣ୍ଡ ନାୟକ

ତୁମେ ତପ, ତୁମେ ଜପ ।।


ତୁମେ ସତ୍ୟ, ତୁମେ ନିତ୍ୟ,   ତୁମେ ଚିର ସ୍ମରଣୀୟ

ତୁମେ ଜୀବନର ସର୍ବମୟ କର୍ତ୍ତା,  ଅନାଦି ଅରୂପ ରୂପ

ଜୟଦେବ, ହରେ ହରେ

ଘେନମୋର ପ୍ରଣିପାତ

ତୁମେ ତପ,ତୁମେ ଜପ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍