Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Others

4  

jagabandhu sahu

Others

ଘେନ ମୋର ନିବେଦନ

ଘେନ ମୋର ନିବେଦନ

1 min
284


ନମେ ଅକିଞ୍ଚନ ଘେନ ନିବେଦନ 

    ପାଦପଦ୍ମେ କରେ ଅଳି

ଅଜ୍ଞାନ ଅନ୍ଧାର ଦୂରକର ମାତା

    ଜ୍ଞାନର ପ୍ରଦୀପ ଜାଳି l


ତୁମରି ଆଶିଷ ବୁନ୍ଦା ବୁନ୍ଦା ହୋଇ

     ଜ୍ଞାନ ବାରି ପଡୁ ଝରି

ବାକି ଦିନ ମୋର କଟି ଯାଉ ମାଗୋ

     ତୁମ ନାମ ତୁଣ୍ଡେ ଧରି l


ବିଷ୍ଣୁ ବିନୋଦିନୀ ମାଗୋ ବୀଣାପାଣି

   ବିଦ୍ଯାଦାତ୍ରୀ ମହାମାୟୀ

ମୁଁ ଛାର ଅଧମ ତୋଷିକି ପାରିବି

    ଜଣାଣ ତୁମରି ଗାଇ l


ଗଳାରେ ଲମ୍ବିଛି କୋଟି ମୁକ୍ତା ହାର

   ହସ୍ତରେ ପୁସ୍ତକ ବୀଣା

ଏ ମହୀ ମଣ୍ତଳେ ତୋ ଆଶିଷ ବିନା

   ସର୍ବେ ଯେ ମୁର୍ଖରେ ଗଣା l


ତୁମ ଦୟା ହେଲେ ଏ ମହୀମଣ୍ତଳେ

    ମରି ମୁଁ ଅମର ହେବି

କବିତା ରୂପରେ ସବୁରି ହୃଦୟେ

    ସଦା ମୁହିଁ ରହିଥିବି l


ଶ୍ବେତ ହଂସ ଶ୍ବେତ ପଦ୍ମେ ବିଜେ ସଦା

    ଶ୍ବେତ ବସ୍ତ୍ର ପରିଧାନ

କିଞ୍ଚିତେ ଭକତି ଘେନ ମାଗୋ ତୁହିଁ

    ଏହି ମୋର ନିବେଦନ ll



Rate this content
Log in