STORYMIRROR

Satyabati Swain

Children Stories

4  

Satyabati Swain

Children Stories

ଘେନ ଆମରି ନମ

ଘେନ ଆମରି ନମ

1 min
653


ଗୋଲ ଚଷମା ମୁଣ୍ଡଟି ଛନ୍ଦା

ହାତରେ ବାଡ଼ି ଧରି

ଖଦଡ଼ ପିନ୍ଧି ସବୁରି କାନେ

କୁହନ୍ତି କଥା ଥିରି।


ସରଳ ହୁଅ ସହଜ ହୁଅ

କହିବା ଆଗୁଁ କର

ଅହିଂସା ପଥେ ଚାଲ ସର୍ବେ

ସତ୍ୟର ପଥ ଧର।


ତିନି ମାଙ୍କଡ଼ ନିତି ତାଙ୍କର

କୁହନ୍ତି ତିନି କଥା

ଖରାପକଥା ଶୁଣିବି, କହିବି

 କି ଦେଖିବି ନାହିଁ ଜମା।


କାଟିକି ପିନ୍ଧ କୁଟିକି ଖାଅ

ହୁଅରେ ସ୍ୱାଭିମାନୀ

ଅଲିଭା ଦୀପ ଆମର ଯିଏ

କୁହନ୍ତି ଏହି ବାଣୀ।


ରାମ ରାଇଜ ସପନ ଟିଏ

ମନରେ ଥିଲେ ଦେଖି

ସବୁ ମଣିଷ ଗୋଟିଏ ଜାତି

ସେଇ ତ ଗଲେ ଲେଖି।


ହେ ମହାତମା ମହାପୁରୁଷ

ଜାତିର ଜନକ ଆମ

ଅନ୍ତର ତଳୁ ବାଢ଼ୁଛୁ ବାପୁ

ଘେନ ଆମରି ନମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍