STORYMIRROR

sushama Parija

2  

sushama Parija

ଘଡିଏ ଜୀବନ

ଘଡିଏ ଜୀବନ

1 min
452



ରାତ୍ରିର ନିଷିଦ୍ଧ ପ୍ରହରରେ

କେବେ କେବେ

ଅବଦମିତ ଇଚ୍ଛାମାନେ

ଭିଡି ମୋଡି ହୋଇ କଡ ଲେଉଟାନ୍ତି ।

ସୁଷୁପ୍ତି ର ଗଭୀର ଭଉଁରୀ ତେଜି

ମନ ଫୁର୍ କିନା ଉଡି ଯାଏ

ଅନୁଢା କିଶୋରୀ ଟିଏ ଭଳି

ରଂଗୀନ ପ୍ରଜାପତି ପଛେ ପଛେ

ଚିତ୍ରିତ ଦୁଇ ଡେଣା ମେଲି

ଫୁଲର ସହର ଭିତରେ ହଜିଯାଏ

ବାଷ୍ପରୁଦ୍ଧ ଜୀବନର ଜଡତା ।

ବିସ୍ମୃତ ହୁଏ ସମାଜରନାଲି ଆଖି,

ବାଟ ଓଗାଳି ଥିବା ସମସ୍ତ ବାଧା ବନ୍ଧନ

ବୟସ ର ଲଗାମ ଟା ଭିଡି ହୋଇ

ଛିଣ୍ଡି ଯାଏ ଆପେ ଆପେ ଖଣ୍ଡ ଖଣ୍ଡ ହୋଇ

ଈଶାରା ଦିଏ ଚୋରେଇ ନେବାକୁ

ନିଜ ପାଇଁ କେତୋଟି ପ୍ରାଣୋଚ୍ଛଳ ମୁହୂର୍ତ୍ତ ।

ଜହ୍ନ ରାଇଜରେ ତାରା ମାନଙ୍କ ମେଳାରେ

ଖେଳିବାକୁ ଲୁଚକାଳି ଖେଳ

କିଛି ଅନ୍ଧାର ଆଉ କିଛି ଆଲୁଅ ର ,

ଫିଙ୍ଗି ଦେଇ ସବୁ କଟକଣା ର

ଦଦରା ଶିଉଳୀ ଲଗା ପ୍ରାଚୀର

କାଟିଦେଇ ଆକ୍ତାମାକ୍ତା କରି ପକାଉଥିବା

ଯେତେ ସବୁ ସଂପର୍କ ର ଶିକୁଳି କୁ

ବାୟୁ ସମ ବିସ୍ତାରିତ ହୋଇ ଯିବାକୁ

ଭୂମି ରୁ ଭୂମା ପର୍ଯ୍ୟନ୍ତ ସପନ ସାଥୀରେ

ଭୋଗି ନେବାକୁ ଇପ୍ ସିତ ସେଇ ମୁହୂର୍ତ୍ତ ମାନଙ୍କୁ

ସ୍ବେଚ୍ଛା ରେ , ବିନା ପ୍ରତିବାଦରେ , ନିର୍ଭୟ ରେ

ଜୀବନ ର ସମସ୍ତ ଆବେଗ ,ସମସ୍ତ ଅନୁଭବ ସହ

ହାରିଥିବା ପ୍ରେମ କୁ ଆବକ୍ଷ କରିନେବାକୁ

ଠିକ୍ ଭୁଲ୍ ,ପାପ ପୁଣ୍ୟର ହିସାବ ନକରି

ଜିଇଁ ଯିବାକୁ ମନଭରି ଆପଣା ଇଚ୍ଛା ରେ

ଶେଫାଳି ଫୁଲଟି ପରି ଘଡିଏ ଜୀବନ ।।


రచనకు రేటింగ్ ఇవ్వండి
లాగిన్