STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ଘାତକ ବ୍ୟାଙ୍କିଗ୍

ଘାତକ ବ୍ୟାଙ୍କିଗ୍

1 min
14K


କଷ୍ଟମର୍ ଜଣେ ଦୁଇ ଲକ୍ଷ ଧରି ବ୍ୟାଙ୍କ୍ ଭିତରେ ପଶିଲେ

ବନ୍ଧୁକରୁ ଫାଙ୍କା ଗୁଳିଟି ଫୁଟାଇ ଖବରଦାର୍ ବୋଲି କହିଲେ ।

ଆସିଛି ମୁଁ ପ୍ୟୋର୍ ବ୍ୟାଙ୍କିଗ୍ କରିବାକୁ କହିବନି ମତେ ଲାଇଫ୍

ଡାଫକି ହେଲଥ୍ କିଛି କୁହ ଯଦି ନେଇଯିବି ତୁମ ଲାଇଫ୍ ।

ତୁମେ ତ ଭାକୁଡା ଏଫ୍.ଡି ନକହି କୁହ କରବାକୁ ଡାଫ୍

ଆର୍.ଡି କରିବାକୁ ଆସିଥିଲେ କୁହ କରିବାକୁ ତୁମେ ସିପ୍ ।

କହୁଛ ବ୍ୟାଙ୍କ୍ ରେ ସୁଧ ବେଶି ନାହିଁ କଟୁଛି ସେଥିରେ ଟିଡିଏସ୍

ଡାଫ୍ ଲାଇଫ୍ ରେ ଏଇଟି(ଶି) ଲାଗୁ ରିଟର୍ଣ ବଢିଆ ଚଏସ୍ ।

ଲୋନ୍ ଉଠାଇଲେ ଇନସୁରାନସ୍ କର ତିନି ପ୍ରକାରିଆ ଭାଇନା

ହେଲଥ୍ କହୁଛ କରିବାକୁ ଯେହ୍ନେ ଦେଖାଅ ମରଣ ଆଇନା ।

କ୍ରେଡିଟ୍ କାର୍ଡ ଯାଚି ଦେଇ କର ଦେବାଳିଆ ଭାଇ କାହିଁକି

ପ୍ୟୋର୍ ବ୍ୟାଙ୍କିଗ୍ ଚୁଲିକି ଗଲାଣି ଭବିଷ୍ୟତ ତୁମ ନାହିଁକି !!

ନିଜକୁ ମାରି କି ଆଶ୍ରିତକୁ ବଡ କର କେଉଁ ବଡ ଆଶାରେ

ଲାଇଫ୍ ଜେନେରାଲ୍ କାର୍ଡ୍ ମ୍ୟୁଚୁଆଲ୍ ପଡି କମିଶନ୍ ଫାଶରେ ।

ଜଏଣ୍ଟ୍ ଭେଣ୍ଚର୍ କରନ୍ତି ସଭିଏ ନିଜେ ବଢିବାକୁ ଆଗକୁ

ତମେ ତ ଭାକୁଡା ନିଜକୁ ବିକିରି କର ବଂଚିଅଛ ନାମକୁ ।

ଏକଜିକ୍ୟୁଟିଭ୍ କମିସନ ବନ୍ଦ ହେଲେ ତୁମ ନିଦ ଭାଂଗିବ

ନେଡିଗୁଡ କହୁଣିକି ବୋହିଥିବ ଲୁହକୁ ପିଠିରେ ପୋଛିବ ।

ସୁଧୁରି ଯାଅ ହେ ବ୍ୟାଙ୍କର୍ ଆଗକୁ ତମ ଗେଟ୍ ତାଲା ନଗଡୁ

ବ୍ୟାଙ୍କ୍ ର ଶୁଭ ମନାସୁଛି ଗୁଳି ଫୁଟାଇବା ମତେ ନପଡୁ ।


Rate this content
Log in