STORYMIRROR

sasmita sarangi

Others

3  

sasmita sarangi

Others

ଘାସ ଫୁଲ

ଘାସ ଫୁଲ

1 min
849

ପରିଚୟ ମୋର "ଘାସଫୁଲ"

ନାହିଁ ମୋ ସୌନ୍ଦର୍ଯ୍ୟ ନାହିଁ ମୋ ସୁଗନ୍ଧ

ସେଥିଲାଗି ଅବା ହତାଦର ମୋର

କାକର ଭିଜା ସକାଳ ଖରାରେ

ମନେ ଉଙ୍କିମାରେ

ସତେ ଅବା ଆଜି ହେବି ପୂଜା ପୁଷ୍ପ

ତୋଳିନେଇ କେହି ମତେ

ସମର୍ପିତ ତା ମନ୍ଦିର ଈଶ୍ୱରଙ୍କ

ପାଦପଦ୍ମ ତଳେ

କ୍ଷଣିକେ ମଉଳି ଯାଏ ସବୁ ଆଶା

ଷ୍ତ ପାଦ ଚିହ୍ନେ ପାଏ ମୁଁ ଆଘାତ ,

ଏମିତି ଅଲୋଡା ଜୀବନଟେ ମୋର

ପୂଜା ଥାଳିରେ ବି 

ସ୍ଥାନ ନାହିଁ ମୋର ।


ଦିନଥିଲା ଯେବେ ଅତୀତରେ

ଲାଲ୍ ଟୁକୁ ଟୁକୁ ସାଧବ ବୋହୂ ଟି

ହସି ଖେଳୁଥିଲା ମୋ ଚାରିପାସେ

ଅତି ସନ୍ତର୍ପଣରେ ନିଜକୁ ବଞ୍ଚାଇ

 ମଣିଷ ର ଲୋଲୁପ ଦୃଷ୍ଟିରୁ,

ଝୁମି ଯାଉଥିଲା ମନ ମୋର

ଖେଳୁଥିଲା ଯେବେ ସିଏ ମୋତେ ଛୁଇଁ 

ହଜିଗଲା କେଉଁଠି ସେ କାଳ ର ଚକ୍ରରେ ,

ମନେ ମନେ ଖୋଜୁଛି ମୁଁ ତାକୁ ।


ସ୍ରଷ୍ଟା ର ଏ ବିଚିତ୍ର ସୃଷ୍ଟି ରେ

ଅଭିଶପ୍ତ "ଘାସ ଫୁଲ"ଟିଏ ମୁଁ

ଶୂନ୍ୟତା ରେ ଭରା ମୋ ଜୀବନ

ତଥାପି ନାହିଁ ମୋ ଶୋଚନା 

କ୍ଷଣଭଙ୍ଗୁର ଜୀବନ ଏ

କ୍ଷଣିକ ରେ ମାଟିରେ ମିଶିବ

କେବେ ହେବ ଏ ପ୍ରତିକ୍ଷା ର ଅନ୍ତ

ବିଭୂ ପାଦ ସ୍ପର୍ଶ ପାଇ ହେବି ମୋକ୍ଷ

ପାଷାଣି ଅହଲ୍ୟା ସମ ଏଇ ଘାସ ଫୁଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍