ଘାସ ଫୁଲ
ଘାସ ଫୁଲ
1 min
259
ଘାସ ଫୁଲ ହସେ ମୁଚି ମୁଚିକା,
ପ୍ରକୃତି ଗଭାରେ ମୁକ୍ତା ପରିକା।
ବର୍ଷା ସରିଗଲା ଶୀତ ଅଇଲା,
ଘାସ ଫୁଲ ଏବେ ମନ ମୋହିଲା।
ବାସହୀନ କିନ୍ତୁ ରୂପ ସୁନ୍ଦର,
ମନର କ୍ଳାନ୍ତି କୁ କରଇ ଦୂର।
ପ୍ରକୃତି ରଚିଛି ନିଖୁଣ ଭାବେ,
ସୁନ୍ଦର ରୂପ ତା ମନକୁ ଲୋଭେ।
ଟିକି ବୋଲି ମନେ ନଥାଏ ଦୁଃଖ,
ବିବିଧ ରଙ୍ଗରେ ସାଜିଛି ଦେଖ।
ସୂରୁଯ ଜଳାଏ ସମୀର ଦୋଳେ,
ମନରେ ଭୟ ତା ନଥାଏ ତିଳେ।
