STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ଘାଆ

ଘାଆ

1 min
152

ଚାଲି ଶିଖିବା ବେଳେ

ଆଣ୍ଠୁରେ ଘା' 

ସମସ୍ତଙ୍କୁ କାନ୍ଦି କାନ୍ଦି କହିଲି

ସାଇକେଲ ଚଢା ଶିଖୁ ଶିଖୁ

କହୁଣୀ ଖଣ୍ଡିଆ

ବେଶୀ କିଛି ହୋଇନି କହିଦେଲି 

ଜୀବନ ଜୀଉଁ ଜୀଉଁ ଛାତି ତଳେ 

ବଡ ଏକ କ୍ଷତ???

ପୂଜ ରକ୍ତରେ ସାଲୁବାଲୁ

ନିତି ନିତି ପଟି ବଦଳେଇଲି

ଯନ୍ତ୍ରଣା କୁ ପାଟି ବୁଜି ସହିବା ଶିଖିଲି...

(ସତରେ କଣ ପାରିଲି!)

ଅଜାଣତେ ଆଉଁସି ଦେଲି ଆଣ୍ଠୁ ଆଉ କହୁଣୀକୁ 

ନିଜକୁ କହିଲି

କିଛି ଘାଆ ଚିହ୍ନ ଦେଇଯାଏ

ଆଉ କିଛି କ୍ଷତ

କେବେ ଶୁଖେନି.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍