Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ଗେଣ୍ତା ରହସ୍ୟ ‐୩

ଗେଣ୍ତା ରହସ୍ୟ ‐୩

1 min
239


ଗେଣ୍ଡାଙ୍କ ରହସ୍ଯ -୩


ଆରମ୍ଭ କଲ କୁଢକୁଢ ଯୋଜନା

ଲାଭର ହିସାବ ନାହିଁ

ଲାଭ ନେବା ପାଇଁ ଗୁମର ଖୋଲିଲ

ସେ କଥା କେ ଜାଣିନାହିଁ ॥


ସଭିଏଁ ଜାଣନ୍ତି ଗେଣ୍ଡାବଳ କେତେ

ଏଣୁ ତୁନି ହୋଇଯାନ୍ତି

ଯେତିକି କାମକୁ ତା ଅଧା ପଇସା

ଲାଞ୍ଚ ଖାଇ ଲୁଚିଯାନ୍ତି ॥


ମାଆକୁ ସମ୍ମାନ ଗାଆଁକୁ ସମ୍ମାନ

କହି ବୂଲୂଅଛ ଯେତେ

ପରୋକ୍ଷରେ ତୁମେ ନିର୍ଯ୍ୟାତନା ଦେଇ

କଥା ଢାଙ୍କିଦିଅ ସେତେ ॥


ମହିଳା ମାନଙ୍କ ଦୁଃଖ ବୁଝିବାକୁ

ଏତେ ଯଦି ହେ ଦରଦ

ଉଚିତ ନ୍ୟାୟ ନିଷ୍ପତ୍ତି ନେଇ ତୁମେ

କର ଯୋଜନା କୁ ବନ୍ଦ ॥


ରାଜସ୍ବ ଆଦାୟ ହେଉନାହିଁ ବୋଲି

ମାରିବ କି ଜନତାଙ୍କୁ

ମାଆ ଭଉଣୀଙ୍କ ଈଜ୍ଜତ ଲୁଣ୍ଠିବା

ଶରଧା କିହୋ ତୁମକୁ ॥


ମଦପିଇ ଗାଡି ଯିଏ ଚଲାଇବ

ଫାଇନ ମାଗିବ ତାଙ୍କୁ

ମଦ ବିଷ ଯିଏ ଅଧିକ ବିକିବ

ପୁରସ୍କାର ଦେବ ତାଙ୍କୁ ॥


ସାମାଜିକ କାର୍ଯ୍ୟ ଯେତେସବୁ ହେବ

 ଆଜ୍ଞା ଦେଲ ମଦ ପାଇଁ

 ନିର୍ଭୟ କଢି ବିଜୁ କନ୍ୟା ରତ୍ନ କୁ

ପ୍ରଚାର କର କି ପାଇଁ ॥


ବଡିମା ତୁମର ଜଗତ ଜାଣିଲାଣି

ଶାସକ ନଂ ପ୍ରଥମ

ଆଉ ଶହେ ବର୍ଷ ଜିତି ବଂଚ ହେଲେ

ନ ବଢାଅ ହେ ଦୁଷ୍କର୍ମ ॥


ଦୟାକରି ଥରେ ହେ ମୋ ଗେଣ୍ତାଦଳ

ଯୋଜନାକୁ ବନ୍ଦ କର

ଭଲ ପାଅ ଯଦି ମାଆ ଭଉଣୀଙ୍କୁ

ଓଡିଶାକୁ ରକ୍ଷା କର ॥



Rate this content
Log in