ଗେଣ୍ତା ରହସ୍ୟ‐୧
ଗେଣ୍ତା ରହସ୍ୟ‐୧
ଓଡିଶାରେ ଆମ ଗେଣ୍ଡା ମାଳମାଳ
ଯୋଜନା ବି ମାଳ ମାଳ
ଦିନକୁ ଦିନ ମୁଣ୍ତ ବେଶୀ ଗଡୁଛି
ଶୂନ ଅଟେ ଫଳାଫଳ ॥
ଗେଣ୍ତାଙ୍କ ରହସ୍ୟ ବୁଝି ହୁଏନାହିଁ
ସମସ୍ତେ ଆଜି ଦ୍ବନ୍ଦ୍ବରେ
ମଦବନ୍ୟା କରି ଆମ ରାଇଜକୁ
ବିକିବେକି ବଜାରରେ ।
ଗୋଟିଏ ବୁଦ୍ଧି ମଦ ପାଇଁ ଅଫର
ମଦୁଆଙ୍କ ଉନ୍ମୋଚନ
ଆରେକ ବୁଦ୍ଧିରେ କିଣିଛନ୍ତି ଆଜି
ନାରୀ ସଶକ୍ତିକରଣ ॥
ଯୁଗେ ଯୁଗେ ନାରୀ ଲଢିଆସିଅଛି
ପଢିନାହଁ କି ପୁରାଣ
ଆଜିର ନାରୀ ବି ବିନାଶ କରିବ
ଛାଡିଯିବ ଯେ ଜୀବନ ॥
ଯୁଦ୍ଧ ପାଇଁ ଯେବେ ହେଲଣି ପ୍ରସ୍ତୁତ
ମାଡି ଆସ ଗେଣ୍ଡାଦଳ
ନାରୀ ର କ୍ରୋଧରେ ଚୁର୍ଣ୍ଣ ହେବା ପରେ
ଜାଣିବ ଚୁଡିର ବଳ ॥
ମଦ ଅଫର ତୁମ ଚୁଲିକୁ ଯାଉ
ପୁରୁଷ ଜାତି ବଞ୍ଚିବ
ସିନ୍ଦୂର ,ଚୁଡି ଓ ମଙ୍ଗଳସୂତ୍ରର
ମାନ ଏ ନାରୀ ରଖିବ ॥
