STORYMIRROR

DEEPAK KUMAR PATRA

Children Stories

4  

DEEPAK KUMAR PATRA

Children Stories

ଗେଲ୍ହୀ ପାଇଁ ପଦେ

ଗେଲ୍ହୀ ପାଇଁ ପଦେ

1 min
254


ଦେଇ ପାରିବିନି ତତେ ଲୋ ଝିଅ

ଖେଳିବା ପାଇଁ ଘୋଡା ଆଉ ଗାଡି 

କଣ୍ଢେଇ ଆଉ ଖେଳନା ଚୁଡି 

ହେଲେ ତୋ ଜୀବନକୁ ସରସ ସୁନ୍ଦର କରି 

ଗଢି ତୋଳିବା ପାଇଁ ଖାଲି ଦେଇତ ପାରିବି 

ସ୍କେଟ୍ ଚକ୍ ଖଡ଼ି ।।

ଦେଇ ପାରିବିନି ତତେ ଝୁଲିବା ପାଇଁ

ପ୍ଲାଷ୍ଟିକ୍ ଜାଳ ବନ୍ଧା ସୁଷମ ଦୋଳି

କି ଝୁଲି ରହିଥିବା ଝରାମାଳି

ହେଲେ ମା ପଣତର ସ୍ନେହରେ ଘୋଡେଇ ଥିବା

ମମତାମୟୀ ମାଆ ର କୋଳ ତ ଦେଇ ପାରିବି ।।

ଦେଇପାରିବିନି ତତେ ଶୋଇବାପାଇଁ 

ସୁକୋମଳ ଶଯ୍ୟା

ଯେଉଁଠି ଶୋଇଲେ କାଳେ ରାଜାରାଣୀର ସ୍ୱପ୍ନ ଆସେ

ସୁଖ ନିଦ୍ରା ହୁଏ

ହେଲେ ମାଆ ବାପର ବାତ୍ସଲ୍ୟରେ ଭରା

ପଲଙ୍କ ତ ଦେଇପାରିବି ।।

ଦେଇ ପାରିବିନି ତତେ ଡାଇନିଂ ଟେବୁଲରେ ଖାଦ୍ୟ

ଚାମଚ୍ ,ଚଖୁ ,ବ୍ରେଡ଼ରେ ଲାଗିଥିବା ସସ୍ ର ପ୍ରଲେପ

ଆଉ କଅଁଳିଆ ତକିଆ ଲଗା ଚୌକି ଟେବୁଲ୍

ହେଲେ ସପରିବାର ଏକାଠି ବସି 

ମାଟିସହ ଜଡିତ ହେଇ ଖାଇବାର

ଏକାନ୍ନବର୍ତ୍ତୀ ଓଡ଼ିଆ ପୂର୍ବ ପରମ୍ପରାର ଧାରା ତ ଦେଇପାରିବି ।।

ଦେଇପାରିବିନି ତତେ ଚଢିବା ପାଇଁ

ମୋଟର ,କାରର ସାଜସଜ୍ଜା

ଖେଳନା ସାଇକେଲ 

ହେଲେ ମୁଁ ତୋର ଘୋଡାହେଇ

ମୋ ପିଠିଉପରେ ତତେ ଵୋହି 

ଯାନର ସୁଖ ତ ଦେଇପାରିବି ।।

ହଁ ମୁଁ ତତେ ଦେଇପାରିବିନି

ଚାକଚକ୍ୟର ମଡେଲ ସ୍କୁଲ ଟେ

ପାଶ୍ଚାତ୍ୟ ଇଂରାଜୀ ଭାଷାର ଜ୍ଞାନ

ହେଲେ ଦେଇ ତ ପାରିବି 

ବଡ଼ଙ୍କ ସହ ବାର୍ତ୍ତାଳାପ,ସୁସଂସ୍କାର

ଓଡ଼ିଆ ଘରର ଚାଲିଚଳଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍