STORYMIRROR

Bijaya Kumar Swain

Others

4  

Bijaya Kumar Swain

Others

ଗଡିଲା ରେ ରଥ ବଡ଼ଦାଣ୍ଡରେ

ଗଡିଲା ରେ ରଥ ବଡ଼ଦାଣ୍ଡରେ

1 min
222


ଗଡିଲା ରେ ରଥ ବଡ଼ ଦାଣ୍ଡ ରେ

ଭାଇ ଭଉଣୀ ଙ୍କୁ ନେଇ ଜଗବନ୍ଧୁ

ବାହାରିଛି ବୁଲି ମାଉସୀ ଘରେ।


ଆଗେ ବଢ ଭାଇ ତାଳଧ୍ଵଜ ରେ

ମଝିରେ ଭଗିନୀ ଦର୍ପ ଦଳନେ

ପଛରେ କାଳିଆ ଲଗାଇଛି ଲୀଳା

କେ ବୁଝିବ ଭାଇ ତାର ମାୟା ରେ।

   ବାହାରିଛି ବୁଲି ମାଉସୀ ଘରେ ।


ରଙ୍ଗ ଅଧରରେ ସେ ମନ୍ଦ ହସ

ସେ ହସୁ ଝରୁଛି ପୀୟୂଷ ରସ

ମୋହି ନିଏ ଧନ ଭକତ ପରାଣ

ଭକତ ପାଇଁ କି ଆସେ ରଥରେ।

ବୁଲି ବାହାରିଛି ।


ଏ ଦୁଇ ବରଷ ବିନା ଭକତେ

କରୁଛି ଯାତରା ସେବକ ସାଥେ

ଆସନ୍ତା ସାଲ ରେ ଭକତ ମେଳ ରେ

ଘୋଷଯାତ୍ରା କର ଭକ୍ତ ସାଥୀ ରେ।

ବୁଲି ବାହାରିଛି ।



   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍