STORYMIRROR

Ajay kumar Behera

Others

4  

Ajay kumar Behera

Others

"ଗଛର ଆତ୍ମକଥା"

"ଗଛର ଆତ୍ମକଥା"

1 min
262


ଶୁଣ ଶୁଣ ସୁଧୀଜନ

ମନ ପ୍ରାଣ ଦେଇ

ମୋର କଥାକୁ ଜମାରୁ

କେବେ ଭୁଲ ନାହିଁ।୧।


ଯାହାରି ପାଇଁ ଜୀବନ

ତିଷ୍ଟି ରହି ଥାଏ

କେଡ଼େ ନୀରିହ ସତେତ

ବୃକ୍ଷଟିଏ ସିଏ।୨।


ସଂସାର ଜୀବ ଖୁସିରେ

ଗଢା ତା ଜୀବନ

ବଞ୍ଚାଇ ରଖେ ଜୀବଙ୍କୁ

ଦେଇ ଅମ୍ଳଜାନ।୩।


ଯୋଗାଇ ଦିଏ ସିଏ ଯେ

ଫୁଲ ଫଳ କେତେ

କେଡ଼େ ଔଷଧୀୟ ଗୁଣ

ତା'ଠି ଅଛି ସତେ।୪।


ସଂସାରର ଜୀବଜନ୍ତୁ

ପାଇଣ ଆହାର

ସନ୍ତୁଷ୍ଟ ସେଜେ ହୁଅନ୍ତି

ପାଇ ସେବା ତାର।୫।


ଭଳି ଭଳି ଫୁଲ ଫଳ

ଶୋଭେ ତା ଦେହରେ

ଖରା ବରଷା ବା ଶୀତ

ଯେତେ ତ ଋତୁରେ।୬।


ଦେଇ ଶୀତଳ ଛାୟା ସେ

ଖୁସି କରି ଦିଏ

ପଥିକ ଯେତେଙ୍କ

ମନ ମୋହି ନିଏ।୭।


କେଡେ ଧୈର୍ଯ୍ୟଶିଳା ସିଏ

ଧୈର୍ଯ୍ୟ ଧରି ଥାଏ

ଝଡ଼ ଝଞ୍ଜାରେ ସିଏ ତ

ଛିଡା ହୋଇ ଥାଏ।୮।



Rate this content
Log in