ଗଛର ଆତ୍ମ କଥା
ଗଛର ଆତ୍ମ କଥା
1 min
190
ମୋର ଛାଇ ତଳେ ବସଇ ବାଟୋଇ ଆନନ୍ଦ ମନେ
ପଥଶ୍ରାନ୍ତ ହୋଇ ମାରିଥାନ୍ତି ହାଇ ମୋର ପବନେ ।
ମୋହରି ଦେହରେ ଫୁଟଇ କୁସୁମ ଜାତି ଜାତିକା
ଭରା ଫୁଲ ଫଳ ଡାଳେ ଝୁଲୁଥାଏ ପେନ୍ଥିପେନ୍ଥିକା ।
ପରିବେଶ ସୁରକ୍ଷା ପାଇଁ ଯତ୍ନବାନ ମୁଁ ତ ଥାଏ
ବିପତ୍ତି ବିପର୍ଯ୍ୟୟ ପ୍ରଦୂଷଣରୁ ମୁକ୍ତ କରାଏ ।
ସଦାସର୍ବଦା ପିନ୍ଧିବା ପାଇଁ ବସ୍ତ୍ର ଦିଏ ଅମ୍ଳଜାନ
ରହିବା ପାଇଁ ବାସ ସହ ପର ହିତେ ମୋ ଜୀବନ ।
