STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଗଛ

ଗଛ

1 min
161


ମୋର ଅନ୍ୟ ନାମ    ମହୀରୁହ ମୁଁ ମାଟି ରଖି ଥାଏ ଧରି

ସମର୍ପିତ ପ୍ରାଣ ଜୀବ ଯାଉ ପଛେ  ସମାଜର ହିତ କରି

ମାଟିର ଭିତରୁ ଶିଶୁ ତରୁ ଉଠେ ଡାକି

ପର ଉପକାର  କରିବା ପାଇଁ କି  ବିଧାତା କରିଛି ସୃଷ୍ଟି

ତଥାପି ମଣିଷ ମୋଟେ ନ ବୁଝଇ ନେଇଯାଏ ମୋତେ କାଟି ।।


ଅଙ୍ଗାରକାମ୍ଳ ଯେ  ମୋହର ନିଃଶ୍ଵାସ ପ୍ରଶ୍ଵସ ମୋ ଅମ୍ଳଜାନ

ଯେଉଁ ଅମ୍ଳଜାନ  ପାଇଁ ଏ ମଣିଷ  ଧାରଣ କରିଛି ପ୍ରାଣ 

ଜୀବନରେ ମୋର ନାହିଁ କିଛି ମୋହ ମାୟା

ଛାୟା ଦେଇଥାଏ  ନିଦାଘେ, ମୋ ପାଇଁ  ପ୍ରବାହେ ଶୀତଳ ବାଆ

ମୋ ପାଇଁ ବରଷା  ଘନିଭୂତ ହୋଇ  ଧରାରେ ବିସ୍ତରେ କାୟା ।।


ଡାଳେ ଫୁଟୁଥାଏ   ନାନାଦି ରଙ୍ଗର   ମଧୁ ସଉରଭ ଫୁଲ

ପ୍ରଦାନ କରଇ   ଜନ ଜୀବନରେ   ନାନାଦି ରସାଳ ଫଳ 

ମଧୁପ ମୋଠାରୁ ନେଇ ମହୁ ସଞ୍ଚି ଥାଏ

ମୋ ଅଙ୍ଗୁ ଅନେକ  ଉତ୍ତମ ଔଷଧ   ସରଜନା କରାଯାଏ

ପର ଉପକାର   ପାଇଁ ଅକାତରେ    ଜୀବନ ଉତ୍ସର୍ଗିଦିଏ ।।


ପତ୍ର,ଫୁଲ,ଫଳ,  ଚେର, ବଳ୍-କଳ  ସବୁ ମୋ ଆୟୁର୍ବେଦୀୟ

ଶାସ୍ତ୍ରେ ସନ୍ନିହିତ  ହୋଇଛି ମୋହର   ନକର ରେ ଅପଚୟ 

ଅସ୍ତ ବ୍ୟସ୍ତ ଆଜି ସମାଜରେ ବୃକ୍ଷ ମାନ

ମୋ ଅଙ୍ଗ ଜାଳେଣି  କର କେତେ ପୁଣି  ଗୃହର ଉପକରଣ 

ବୈଠକଖାନାରେ  ଖଟ ସୋଫା କରି  କରୁଛ ଶୋଭା ବର୍ଦ୍ଧନ ।।


ମଣିଷ ମୃତ୍ୟୁରେ  ଜଳି ଜଳାଏ ମୁଁ   ତୁମ ଏ ନଶ୍ଵର ଦେହ

ଶ୍ମଶାନେ ତୋ ଶବ  ସାଥିରେ ମୁଁ ଜଳେ  ଆଉ‌ ସବୁ ମାୟା ମୋହ

ଜାଲେ ନିପତିତ” ତୋ ସଙ୍ଗେ ନଥାଏ କେହି

ବୁଝେନା ମଣିଷ  ମୋର ଗଛ ଜନ୍ମ   ପର ଉପକାର ପାଇଁ 

ମୋ ରକ୍ଷା କରଣେ ଧ୍ଵଂସ ପଥରୁ   ବିରତ ହୁଅରେ ଭାଇ ।।  

   

ଆଉ କେତେ “ଉପକାର; ମୁଁ କରିଲେ ବୁଝିବ ମୋ ମହାନତା

ଏଡିକି ଅବୋଧ  ଏ ମଣିଷ ଜାତି   କାଟିକରେ ମତେ ପଦା 

ବୁଝି ନପାରଇ କେହି ମୋର ଉପକାର

ନିଜର ଦୁର୍ଭାଗ୍ୟ  ଡାକଇ ମଣିଷ   ନିଜ ଗୋଡ଼ରେ କୁଠାର

ମାରି; ନିଜ “ନିଃସହାୟତା; ପ୍ରକାଶେ  ପ୍ରଳୟ ଡାକେ ବିଶ୍ଵର ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍