ଗାଉଁଲି ଝିଅ
ଗାଉଁଲି ଝିଅ
1 min
302
ସେ ଗାଉଁଲି ଝିଅ ,
ସେ ଗାଁ ର ଝିଅ ମାଟିମାର ଝିଅ,
ରୂପେଲି ନଈର ସେ ଚଞ୍ଚଳ ସୁଅ ।
କେବେ ସେ କଅଁଳ ଫୁଲ ,
କେବେ ସେ ନିଆଁର ଝୁଲ
ଜଗତେ ନାହିଁ ତାହାରି ତୁଲ ।
କେବେ ସେ ବୀଣାର ଝଙ୍କାର
କେବେ ସେ ଝଡର ହୁଙ୍କାର ।
ଜଗତେ ନାହିଁ କଳନା ତାହାର
କେବେ ସେ ଜୋଛନା ଜହ୍ନର ।
କେବେ ସେ ଅଂଶୁ ମଧ୍ୟାହ୍ନର
କଳି କେ ପାରିବ ରୂପ ତାହାର
କେବେ ସେ ସୁନ୍ଦରୀ ହରିଣୀ
କେବେ ସେ ହିଂସ୍ର ବାଘୁଣୀ
କେତେ ଯେ ତାଆର କାହାଣୀ..
