STORYMIRROR

Jagabandhu Sahu

Others

2  

Jagabandhu Sahu

Others

ଗାଁଟିର ନାଁ ଛଞ୍ଚାଣିଆ ପଲ୍ଲୀ

ଗାଁଟିର ନାଁ ଛଞ୍ଚାଣିଆ ପଲ୍ଲୀ

1 min
3.5K


ଛଅଟି ଅକ୍ଷରରେ ଗାଁ ଆମର

ଛଞ୍ଚାଣିଆ ପଲ୍ଲୀ ନାମ ତାହାର

ଗାଁ ମଧ୍ୟ ଭାଗେ ବନ୍ଧ ଗାଡିଆ

ବାମ୍ଫି ନୂଆଁ ବନ୍ଧ ନାମ ବଢିଆ

ଚମ୍ପା ଫୁଲ ଗଛ ନଡିଆ ଗଛ

ଘେରି ରହିଛନ୍ତି ତା ଚାରି ପାଖ

ମଜା କରୁଥାନ୍ତି କୁନି ପିଲାଏ ଯାଇ

ଡେଉଁଥାନ୍ତି ସେଠି ଲଙ୍ଗଳା ହୋଇ

ଗାଁ ତଡେ ତଡେ ଛୋଟ କେନାଳ

ବିଲ ବାଡିକୁ ସେ ଯୋଗାଡେ ଜଳ

ଚାଷୀଟିଏ ହଳ ଲଙ୍ଗଳ ନେଇ

ଯାଉଥାଏ ବିଲ ଚଷିବା ପାଇଁ

ବଡ ବଡ ଯେବେ ହୁଏ ଫସଲ

ସବୁଜ ବର୍ଣ୍ଣ ଯେ ଲାଗେ ସୁନ୍ଦର

ସ୍ଵର୍ଗ ପୁର ଭଳି ଲାଗଇ ଗାଁ

ଜହ୍ନ ମାମୁଁ ଦେଖି ହୁଏ ଛାନିଆଁ ।


ପ୍ରେମ୍ କବି ଜଗବନ୍ଧୁ ସାହୁ

ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍