STORYMIRROR

Santosh Pattnayak

Others

3  

Santosh Pattnayak

Others

ଗାନ୍ଧୀ ତୁମେ ଫେରିଆସ

ଗାନ୍ଧୀ ତୁମେ ଫେରିଆସ

1 min
26

 

ଗାନ୍ଧୀ ତୁମେ ଫେରିଆସ 

ଏବେ ବଦଳିଯାଇଛି ଆମଦେଶ

ଦେଖିଥିଲ ଯେଉଁ ସ୍ୱରାଜ ସପନ,

ଗଢା ସେଠି ଆଜି ମଦଦୋକାନ 

ତୁମବିନା ତାକୁ କେ କରିବ ଆନ !

 ତେଣୁ ଅଛି ତୁମ୍ଭ ପ୍ରୟୋଜନ ।


ବଢିଛି ଏଠି ଥାନା କଚେରୀ 

କମିନାହିଁ ଡକାୟତି ଚୋରି

ମାଳ ମାଳ ପୁଣି ଶିକ୍ଷାନୁଷ୍ଠାନ

କମୁନି ବେକାରୀ,ଅନିତୀ ଶାଶନ

ଶୋଷଣ,ଧର୍ଷଣ,ବେକାରୀ କଷଣ

ବଢିଚାଲେ ଏଠି ଦିନକୁ ଦିନ 

ଏ ସବୁ ପାଇଁ ନାହିଁ ସମାଧାନ !! 

ତେଣୁ ତୁମ୍ଭେ ଆସ 

ଆସିବାର ଅଛି ପ୍ରୟୋଜନ ।


କାନ୍ଦୁଛି ସ୍ନେହ,ଶ୍ରଦ୍ଧା କାନ୍ଦେ ଭାରତମାତା

ପାଶ୍ଚାତ୍ୟ ନିଶାରେ ଏଠି ବୁଡିଛି ଜନତା 

ଆଦର୍ଶବାଣୀ ତୁମ ଆଜି ସମାଧି ତଳେ,

ଅନ୍ୟାୟ, ଅନୀତି ସବୁଠି ଚଳେ

ଦୋଷୀ ପୁଣି ଏଠି ପାଏ ସମ୍ମାନ 

ବଦଳାଇବାର ଅଛି ଆମ ଆଇନ 

ତେଣୁ ଅଛି ତୁମ୍ଭ ପ୍ରୟୋଜନ ,

ଆସି ଥରେ କର ତା'ର ସମାଧାନ ।


Rate this content
Log in