STORYMIRROR

Santosh Kumar Nayak

Others

3  

Santosh Kumar Nayak

Others

ଗାନ୍ଧିବାଦୀ

ଗାନ୍ଧିବାଦୀ

1 min
192

ଗାନ୍ଧୀ ତୁମେ ଯଦି କେବେ

ଅଜାଣତେ ଗଳିପଡ 

ପକେଟରୁ ମୋର

ଆଖି ହୁଏ ଛଳଛଳ

ମନ ପୁଣି ଡହଳ ବିକଳ,

ହୃଦୟରୁ ଏକ ସ୍ଵର

ଝଙ୍କୃତ ହୁଅଇ ବାର ବାର

" ହେ ଗାନ୍ଧୀ ତୁମେ ଫେରିଆସ 

ପକେଟକୁ ମୋର" ।

ଗାନ୍ଧୀ ତୁମେ ଯଦି କେବେ

ଗଳିପଡ ଆନ ପକେଟରୁ

ମୁରୁକି ହସଇ ଆଖି

କୁତୁ କୁତୁ ହୋଇ ମନ

ଖୋଜିବୁଲେ ନିରୋଳା ସୁଯୋଗ

ହୃଦୟରେ ସେଇ ଏକା ସ୍ଵର

ପର ଗାନ୍ଧୀ ଲାଗନ୍ତି ବା କାହିଁ

ଅତି ଆପଣାର, ନିଜର ନିଜର ?

ଜନମରୁ ଆଜି ଯାଏଁ

ଗାନ୍ଧୀ ପ୍ରତି ଦୁର୍ବଳତା ମୋର,

କିଏ କହେ ଲାଞ୍ଚୁଆ ମୁଁ

କିଏ ପୁଣି କହେ ମୋତେ ଚୋର! 

ହେଲେ ମୁଁ ଜାଣେ

ଗୋଟିଏ ହିଁ ପରିଚୟ ମୋର,

ଗାନ୍ଧିବାଦୀଟିଏ ମୁହିଁ

ଗାନ୍ଧୀ ମୋର ଅତି ଆପଣାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍