STORYMIRROR

jagabandhu sahu

Others

3  

jagabandhu sahu

Others

ଗାନ୍ଧି ତୁମେ ଫେରିଆସ

ଗାନ୍ଧି ତୁମେ ଫେରିଆସ

1 min
256

ନାହିଁ ଆଜି ବାପୁ ସେ ରାମ ରାଇଜ

     ଅହିଂସା ପରମଧର୍ମ

ଅର୍ଥ ବଳେ ଆଜି ମଣିଷ ଗୁଡାକ

      କରୁଛନ୍ତି କୁକର୍ମ


ଭାଙ୍ଗି ରୁଜି ଆଜି  ହୋଇଛି ପାଉଁଷ

     ରାମ ରାଇଜର ସ୍ବପ୍ନ

କୁଟନୀତିରେ ଯେ ମୋହଗ୍ରସ୍ତ ହୋଇ

     ପଡିଅଛି ସିଂହାସନ


ଅହିଂସାର ବାଡି ନାହିଁ ଗାନ୍ଧି ତୁମ

    ହିଂସା ବଢେ ଚାରିଆଡେ

କୁଟନୀତିର ସେ ଚକ୍ରବ୍ଯୁହରେ ଯେ

     ନୀରିହ ପ୍ରଜାଟି ସଢେ


ଗାଦି ଲୋଭେ ଆଜି ହିଂସା କାଣ୍ଡ କରି

    ରାତାରାତି ମୁଣ୍ତ ଗଡ଼େ

ନ୍ଯାୟ ପାଇଁ ପ୍ରଜା ହନ୍ତସନ୍ତ ଏଠି

     ଅଧର୍ମ ମାର୍ଗଟି ବଢେ


ଆସ ଗାନ୍ଧି ତୁମେ ପୁଣି ଯେ ଲେଉଟି

     ଅହିଂସାର ବାଡି ଧରି

ନିଜ ହାତେ ନିଅ ରାମ ରାଇଜର

    ତୁମେ ଯେ ଶାସନ ଡୋରି


Rate this content
Log in