Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Others

3  

Sudipta Behera

Others

ଗାନ୍ଧାରୀ

ଗାନ୍ଧାରୀ

1 min
439


ଶତ ପୁତ୍ରର ଜନନୀ

ତୁମେ ଗାନ୍ଧାରୀ

ରଚି ଅଛ ସୋଣ୍ନିମ ପୃଷ୍ଠା

ଇତିହାସ ବୁକୁ ଚିରି ।

ନିର୍ବିକାର ନିର୍ଲିପ୍ତ ମାତୃତ୍ୱ

ସ୍ୱାର୍ଥ ହୀନ ଜଗତ ଜାଗ୍ରତ

ତବ ଆଶିର୍ବାଦ

ଗଢି ତୋଳେ ବୀର ଶତ ଶତ

ମହତ୍ତ ମହାନ୍ ଭାବନା

ଚମତକାର୍ ଦୃଶ୍ୟମାନ

ଅକ୍ଷୟ ହେଉ ପୁଣ୍ୟ ଜଗତେ

ଧର୍ମର ହେଉ ଜୟ '

"ବିନା ୟୁଦ୍ଧେ ନ ଦେବି ମୁଁ

ସୁଚ୍ୟଗ୍ର ମେଦିନୀ" କ୍ରୂର ପ୍ରତିଜ୍ଞା

ନିମିଷକ ମଉଳି ନିମଗ୍ନା

ବିବ୍ରତ କୁରୁଶ୍ରେଷ୍ଠରଚେ ଅନୁଶୋଚନା ।

ମାତା ତୁମେ ଦେଲ ଅପମାନ

ଜାଣ ନାହିଁ ତାର ପରିଣାମ

ଉତ୍ତରିଲ "ମୁହିଁ ମାତା ସର୍ବେ ମୋ ସନ୍ତାନ

ନ ଜାଣଇ ପାତର ଅନ୍ତର

ସତ୍ୟ ହେଉ ସର୍ବ କାମ୍ୟ

ଜୟ ହେଉ ଧର୍ମ ନାମ

ଯୁଗେ ଯୁଗେ ଧର୍ମ ହେଉ ଠିଆ

ମିଛ ଗର୍ଭେ ଜଳୁ ତୁମ ହିୟା

ପାଇ ତୁମ ଅମୂଲ୍ୟ ପ୍ରସାଦ

ଦୂର ହେଉ ସର୍ବ ଅପବାଦ ।


Rate this content
Log in