STORYMIRROR

Etishree Jana

Others

3  

Etishree Jana

Others

ଗାଁ

ଗାଁ

1 min
212

ଶୀତୁଆ ସକାଳେ ଅଭୁଲା ସ୍ମୃତି

ମନେ ପଡେ ଯେବେ ଯେବେ

ଆଖି ପାହାନ୍ତାରେ ପୁରୁୁଣା ଅତୀତ

ଭାସିବୁଲେ ତେବେ ତେବେ।


ପାହାନ୍ତି ସକାଳେ ପୂରୁବ ଆକାଶେ

ସୂର୍ଯ୍ୟ ଉଏଁଁ ଯେବେ ଯେବେ

କୃଷକ ଭାଇଟେ ବିଲକାମ ପାଇଁ

ଯାଇ ଥାଏ ତେବେ ତେବେ।


ପକ୍ଷୀଗଣ ସବୁ ତଣ୍ଡୁଳ ନିମିତ୍ତ

ଉଡିଯାଏ ଯେବେ ଯେବେ

ନିର୍ମଳ କ୍ଷିତିରେ ସୁନ୍ଦର ରୂପଟି

ଦିଶିଥାଏ ତେବେ ତେବେ।


ଗାଁ ଆରମ୍ଭରେ ଦେବଙ୍କ ମନ୍ଦିରେ

ଘଣ୍ଟ ବାଜେ ଯେବେ ଯେବେ

ଅଶାନ୍ତ ମନରେ ପବିିତ୍ରତା ପ୍ରେମ

ଭରିିିଯାଏ ତେବେ ତେବେ।


ସନ୍ଧ୍ୟା ଆଗମନେ ପଶ୍ଚିମ ଆକାଶେ

ସୂର୍ଯ୍ୟ ଅସ୍ତ ଯାଏ ଯେବେ ଯେବେ

ବୃନ୍ଦାବତୀ ମୂଳେ ସଞ୍ଜସଳିତାଟି

ଜଳିଉଠେ ତେବେ ତେବେ।


ରାତ୍ରି ଆଗମନେ ଶେଫାଳିର ବାସ୍ନା

ଭରିିିଯାଏ ଯେବେ ଯେବେ

ବୁଢ଼ୀମାଆ ପାଶେ ଗପ ଶୁଣୁଶୁଣୁ

ନିଦ ଆସେ ତେବେ ତେବେ।


ଆଜିିିର ସମୟେ ବ୍ୟସ୍ତ ବହୁଳତା

ବଢିଯାଏ ଯେବେ ଯେବେ

ମନ ଆକାଶରେ ପିଲାବେଳ କଥା

ମନେ ପଡେ ତେବେ ତେବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍