STORYMIRROR

Kalyani Nanda

Others

3  

Kalyani Nanda

Others

ଗାଁ ରେ ଯେବେ ସଞ୍ଜ ନଇଁ ଆସେ

ଗାଁ ରେ ଯେବେ ସଞ୍ଜ ନଇଁ ଆସେ

1 min
197


ସଞ୍ଜ ନଇଁଲେ ପକ୍ଷୀ ଯେବେ ନୀଡେ ଫେରଇ ,

ଗାଁ ଦାଣ୍ଡେ ତେବେ ଗୋରୁ ପଲ ଗୋଠେ ଫେରଇ ,

ଗୋରୁ ପଲ ଦେଖି ବତ୍ସା ଡାକେ ଗୋଠେ ହମ୍ବା ରଡି,

ଗାଁ ଚାଳୁ କୁଣ୍ଡଳିତ ଧୂମ ଆକାଶେ ଯାଏ ଯେ ମିଳାଇ ।


ତୁଳସୀ ଗଛ ମୂଳେ ମାଁ ଦିଏ ସଞ୍ଜ ସଳିତା ଜଳାଇ,

ଜୁହାର ହୋଇ ଦେବ ଦେବୀଙ୍କୁ ସୁମରଣା ସିଏ କରଇ,

ଗାଁ ମନ୍ଦିରରୁ ଶୁଭେ ଘଣ୍ଟ ଧ୍ବନି, ପୁରାଣ ପଠନ ଶୁଭିଲାଣି,

ମନ୍ଦିର ବେଢାରେ ଭକତ ଜନଙ୍କ ସଂକୀର୍ତ୍ତନ ଗୀତ ଶୁଭିଲାଣି।


ଡିବିରି ଜଳାଇ ମାଁ ଭାଜେ ମାଛ ଚୁଲି ମୁଣ୍ଡେ ବସି ,

ପାଖରେ ତା ଗୁଡୁଗୁଡୁ ହୁଏ ଆମ ଘର ପୁଷି ମାଉସୀ ,

ଯେତେ ଠେଲିଲେ ବି ଯାଏନି ସିଏ ,ପାଖରେ ଥାଏ ବସି ,

ମାଛ ଭଜା ଖଣ୍ଡେ ଦିଏ ଯେବେ ମାଁ ,ଖାଉଥାଏ ହୋଇ ଖୁସି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍