STORYMIRROR

Kalyani Nanda

Others

3  

Kalyani Nanda

Others

ଗାଁ ରେ ଯେବେ ସଞ୍ଜ ଆସେ

ଗାଁ ରେ ଯେବେ ସଞ୍ଜ ଆସେ

1 min
212

ସଞ୍ଜ ନଇଁଲେ ପକ୍ଷୀ ଯେବେ ନୀଡେ ଫେରଇ,

ଗାଁ ଦାଣ୍ଡେ ତେବେ ଗୋରୁ ପଲ ଗୋଠେ ଫେରଇ,

ଗୋରୁ ପଲ ଦେଖି ବତ୍ସା ଡାକେ ଗୋଠେ ହମ୍ବା ରଡି ,

ଗାଁ ଚାଳୁ କୁଣ୍ଡଳିତ ଧୂମ ଆକାଶେ ଯାଏ ଯେ ମିିିିଳାଇ ।


ତୁୁୁୁଳସୀ ଗଛ ମୂଳେ ମାଁ ଦିିଏ ସଞ୍ଜ ସଳିିିତା ଜଳାଇ ,

ଜୁୁୁହାର ହୋଇ ଦେବ ଦେବୀଙ୍କୁ ସୁମରଣା ସେ କରଇ ,

ଗାଁ ମନ୍ଦିିର ରୁ ଶୁଭେ ଘଣ୍ଟଧ୍ବନି , ପୁରାଣ ପଠନ ଶୁଭିଲାଣି,

ମନ୍ଦିର ବେଢ଼ାରେ ଭକତ ଙ୍କ ସଙ୍କୀର୍ତ୍ତନ ଗୀତ ଶୁଭିଲାଣିି ।


ଡିିିିିବିରି ଜଳାଇ ମାଆ ଭାଜେ ମାଛ ଚୁଲୀମୁୁଣ୍ଡେ ବସି,

ପାଖରେ ତା ଗୁଡୁ ଗୁଡୁ ହୁଏ ଆମ ଘର ପୁଷି ମାଉସୀ, 

ଯେତେ ଠେଲିଲେ ବି ଯାଏନି ସିିଏ ପାଖ ରେ ଥାଏ ବସି,

ମାଛ ଭଜା ଖଣ୍ଡେ ଦିଏ ଯେବେ ମାଁ ଖାଉ ଥାଏ ହୋଇ ଖୁସି ।


                      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍