ଗାଇବି ମୁଁ ତଵ ନାମ
ଗାଇବି ମୁଁ ତଵ ନାମ
ଏମିତି କରୁଣା କର ପ୍ରଭୁ ମୋତେ
ଭଜିବି ଜୀବନ ସାରା
ଛାଡ଼ି ଲୋଭ ମୋହ ମରୁ ମରୀଚିକା
ଦେଵି ତୁମ ପାଶେ ଧରା l
ଜୀବନ ଜଂଜାଳ ଯନ୍ତ୍ରଣାରୁ ପ୍ରଭୁ
ନିମିଷକେ କର ମୁକ୍ତ
ଆତ୍ମା ପରମାତ୍ମା ମିଳନ ହୋଇବ
ବନ୍ଧନଟି ହେବ ଶକ୍ତ l
ପର ଉପକାରେ କଟିବ ଜୀବନ
ହିଂସା ଠାରୁ ରହି ଦୂରେ
ତଵ ପଦ ଧ୍ୟାୟୀ ଗାଇବି ନାମକୁ
ଦୃଢ଼ ଉନ୍ମୁକ୍ତ ସ୍ଵରେ l
ଚାହୁଁଛି ଏ ମନ ଗୋପ ବୃନ୍ଦାବନ
ଦେଖିବି ଜୀବନେ ଥାଇ
ହେବି ଆତ୍ମହରା ପରମ ତୃପ୍ତିରେ
ସମର୍ପଣ ଭାବ ନେଇ l
ମିଛ ଏ ସଂସାର ସାଥୀ ଦିଦିନର
ପାପ ପଙ୍କେ ହେଉ ଘାଣ୍ଟି
କହି ମୋର ମୋର କରୁଛୁ ଚିତ୍କାର
ଶୁଖିଯାଏ ପରା ତଣ୍ଟି l
ତଵ ପଦରେଣୁ ଝରିପଡ଼ୁ ଥାଉ
ଛାର ଏ ଭକତ ଶିରେ
ଏମିତି ଆଶିଷ ଦେଇ ପ୍ରଭୁ ମୋତେ
ଧନ୍ୟ କରିଦିଅ ବାରେ l
