STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Children Stories

3  

ନାୟକ ଅକ୍ଷୟ ରାଜହସ୍ତୀ

Children Stories

ଗାଆଁ ଦୁଷ୍ଟାମୀ

ଗାଆଁ ଦୁଷ୍ଟାମୀ

1 min
120

ଆମ୍ବ ତୋଟା ମୂଳେ ଶୈଶବ ଖେଳେ

ମିଠା ଟାଇଁ ଆମ୍ବ ତୋଳି,

କଇଁଆ ଗଛରେ ଦିନଦିପହରେ

ଖରା ତରା ଯାଏ ଭୁଲି,

ମରିଗଲି ମରିଗଲି

ଛାଡୁଥାଏ ରଡ଼ି ହୋଇଣ କଚାଡି

ଥିଲେ ମା ହାତେ ବାଡି ।

ପୋଖରୀ ଭିତରେ ଛିଣ୍ଡା ଗାମୁଛାରେ

ନିତି ମାଛ ମରାଯାଏ,

ଲଙ୍ଗଳା ଦେହରେ ନିରିଭୟରେ

ଗାଧୁଆ ଭୁଲିବ କିଏ??

କାଗଜ ଡଙ୍ଗା ଭାସି ଭାସି ଯାଏ

ବରଷାରେ ଗାଆଁ ଦାଣ୍ଡେ,

ପଡ଼ିଲେ ନଜର କହେ ଆଈଙ୍କର

ହେଇଥିବ ଟୋକା ଖଣ୍ଡେ ।

ଭୋଗ ଖାଇ ବାକୁ ପୂଜାରୀ ହାତରୁ

ଦି ତିନି ଥର ଯାଏ ଲମ୍ବି,

ସାଙ୍ଗଙ୍କ କଥାରେ ଯୋଗୀ ପୁଅଟାର

ଲୁଚା ହୁଏ ଲାଉ ତୁମ୍ବି ।


Rate this content
Log in