STORYMIRROR

Prabhanjana Tripathy

Others

4  

Prabhanjana Tripathy

Others

ଏଠି

ଏଠି

1 min
351

ବିଲୁଆକୁ ନୀଳ ବୋଳିଦେଇ

ବନାନୀ ରେ କଲେ ରାଜା

ତିନି ମହଲା କୋଠା ବାଡେଇକି

ଘର କୋଣେ ଛତୁ ଗଜା ll


ମହାଜ୍ଞାନୀ ପଣ ଟଙ୍କାର ଶରଣ

ମରଣକୁ ଜିଣେ ମୂର୍ଖ

ମର୍ତ୍ୟୁଞ୍ଜୟୀ ହୁଏ" କାରାଗୃହ ବାସୀ

ରାଜ୍ ଗାଦୀ ଚଢ଼େ ଧୁର୍ତ୍ତ ll


ଆପଣାକୁ ତୁଛ' ଅଚିହ୍ନାକୁ ଖଟ

ବିଲାତରୁ ଆସି ଆଳୁ

ବ୍ୟାଧି ଗ୍ରସ୍ତ କରି ଡାକ୍ତର ପୋଷିଲା

ଦେଶ ଜ୍ଞାନୀ ହେଲେ ମଲୁ ll


ଯିଏ ଶୋଷି ନେଲା ଲହୁ ଚୁଚୁମି

କଲା ଲଙ୍ଗଳା ଦେଶ

ତା'ପାଠ ତା'ଜ୍ଞାନ ଉନ୍ନତ ହୋଇଛି

ଆଉ ବା କରିବା କିସ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍