STORYMIRROR

pranati Mahapatra

Others

3  

pranati Mahapatra

Others

ଏତିକି ମୋ ଅଳି

ଏତିକି ମୋ ଅଳି

1 min
427


ଯାହା ତୋର ଇଚ୍ଛା ତାହା ତୁ କରୁଛୁ

ମଥାପାତି ସହି ନିଏ,

ତୋର ଆଜ୍ଞା ବିନା ଗଛରୁ ପତର

ଗୋଟେ ବି ଖସି ନ ଥାଏ।

ତୁ ଯେ ଲୀଳାମୟ ବିଶ୍ଵପ୍ରାଣ ବନ୍ଧୁ

ତୋ ଲୀଳା ତୋତେ ହିଁ ଜଣା,

ମୁଁ ଛାର ପତିତ ଦୀନହୀନ ଜଣେ

ତୋତେ କି ତାହା ଅଜଣା।

ହାତପାତି ଆଉ ତୁଣ୍ଡଖୋଲି କେବେ

ମାଗିନି କିଛି ବି ତୋତେ,

ଯାହା ବି ଦେଇଛୁ ସାଦରେ ନେଇଛି

ଯାତନା ପାଇଛି କେତେ।

ଜୀବଯିବା ବେଳେ ହେ ବିଶ୍ଵବିହାରୀ

କୈବଲ୍ୟ ତୁଣ୍ଡେ ମୋ ଥାଉ,

ତୋ ଚତୁର୍ଦ୍ଧାମୂର୍ତ୍ତି ମୋ ନୟନେ ନାଚୁ

ତୋ ନାମ ଜିହ୍ଵା ମୋ ଗାଉ।

କୋଇଲି ବୈକୁଣ୍ଠ ମାଟିରେଣୁ ଟିଏ

 ମଲାପରେ ମୋତେ କର,

ତୋ ଦାରୁର ସ୍ପର୍ଶ ନିତି ପାଇ ମୁହିଁ

ଧନ୍ୟ ହେବ ଆତ୍ମା ମୋର।

ଏତିକି ଗୁହାରି ଏତିକି ମୀନତି

 କରିବୁ ଯେବେ ପୂରଣ,

 ତୋ ଦରବାରେ ପତିତ ଜନଙ୍କ

ରହିଛି ଜାଣିବି ସ୍ଥାନ।

ତୋ ଇଚ୍ଛା ତୁ ପୂର୍ଣ୍ଣ କର ବା ନ କର

 କରୁଥିବି ଅଳି ମୁହିଁ,

ହଟିଆ କାଳିଆ ଦଗା ଦେଇ ମୋତେ

ନିରାଶ କରିବୁ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍