STORYMIRROR

Prasanta kumar Hota

Others

2  

Prasanta kumar Hota

Others

ଏତିକି ମିନତି ତୋତେ

ଏତିକି ମିନତି ତୋତେ

1 min
288


ବୃନ୍ଦାବନ ବାସୀ ହେ ବ୍ରଜ ନିବାସୀ

ଏତିକି ବିନତି ତୋତେ

ବଞ୍ଚିବାକୁ ମୋର ନାହିଁ ଆଉ ତୃଷ୍ଣା

ରହିବି ଚରଣାମୃତେ

ଏତିକି ମିନତି ତୋତେ


ରଖିଥିବୁ ମନ ହେ ମନ ମୋହନ

ତୋଠାରେ ମୋଭାବ ଯେତେ

ଯାଉପଛେ ଦିନ ଆଶା ମୋ ଅସୀମ

ଆଶାରେ ମୋଦିନ ବିତେ

ଏତିକି ମିନତି ତୋତେ


ସୁଦୟା ରଖିବୁ ଭାବ ବିନୋଦିଆ

ଭବ ଦରିଆରେ ମୋତେ

ଅଣୁସମ ପଛେ ହେଉ କୃପାରେଣୁ

ଦୂରେ ରଖ ନାହିଁ ଏତେ

ଏତିକି ମିନତି ତୋତେ।


ଭାସିଯିବି ବୋଲି ଭବ ଦରିଆରେ

ତୋର ନାମ ନିଏ ମୂଖେ

ଭରସା କରିଛି ତୋର ଚରଣରେ

ଅନାଶ୍ରିତ କାହିଁ ଏତେ

ଏତିକି ମିନତି ତୋତେ।


ନୁହେଁ ମୁଁ ନାୟକ ସୁଜ୍ଞାନୀ ଭକତ

ଜାଣି ନାହିଁ ଭାବ କେତେ

ହେ ବିଶ୍ୱ ପାଳକ ଭକତ ରଞ୍ଜକ

ମାୟା କର ନାହିଁ ମୋତେ

ଏତିକି ମିନତି ତୋତେ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍