ଏତିକି ମାଗୁଣି ପ୍ରଭୂ
ଏତିକି ମାଗୁଣି ପ୍ରଭୂ
1 min
201
ଜୀବନ ଚାଲିଛି ଯଦି ତା ବାଟରେ
ତୁମକୁ କିଆଁ କେ ଖୋଜିବ ପ୍ରଭୂ
ତୁମ ସହ ଯୋଡା ସମ୍ପର୍କର ଡୋର
ସତେ କଣ ଆଜି ଅସାର ସବୁ I
ସଂସାର ସାଗରେ ଭାସୁଛି ଜୀବନ
ଆହୁଲାଟା ପରା ତୁମରି ହାତେ
ଏ ଭବ ସାଗରେ ତୁମେ ନାଉରିଆ
ଦିତୀୟ କେ ନାହିଁ ଏଇ ମରତ୍ତେ I
ତୁମ ନାମ ଜପି ନିଦ ହଜେ କାର
ସନ୍ୟାସୀ ଜୀବନ ବିତାଏ କିଏ
ତମକୁ କେ ଭାବେ ଜୀବନ ସର୍ବସ୍ୱ
ମରି ମରି ନିତି ଜୀବନ ଜୀଏଁ I
ଜୀବନର ତୁମେ ଏକମାତ୍ର ସତ୍ୟ
ତୁମ ବିନା କିଛି ପଥ ହିଁ ନାହିଁ
ତୁମେ ଜଗନ୍ନାଥ ଜଗତ କରତା
ଅସୀମ ଅନନ୍ତ ଜଗତ ସାଇଁ I
କେହି ଦେଖିନାହିଁ ତୁମକୁ ସାଆନ୍ତେ
ଅନୁଭବେ ତୁମେ ଅନ୍ତରେ ଥାଅ
ଭକତ ଜନକୁ ଭୁଲି ଯାଅ ନାହିଁ
ହାତଧରି ବାଟ କଢାଇ ନିଅ I
