STORYMIRROR

Niranjan Sahu

Others

3  

Niranjan Sahu

Others

ଏତିକି ହିଁ ନିବେଦନ

ଏତିକି ହିଁ ନିବେଦନ

1 min
182

ଯେତେ ଲେଖିଲେ ବି କବିତା ଓ ଗଳ୍ପ

          ମନ ଟା ଅବୁଝା ରହେ  

ଆଉରି ଅଧିକ କିଛି ଲେଖିବାକୁ

            ମନ ଛଟପଟ ହୁଏ


ଯୁଗୋପଯୋଗୀ କବିତା ଓ ଗଳ୍ପ

          ଲେଖିବାକୁ ଭଲପାଏ

ମଝିରେ ମଝିରେ ପ୍ରେମ କବିତା ବି

          ପଦେ ଅଧେ ଲେଖିଦିଏ


ଲେଖିବା ଟା ମୋର ନିଶା ଅଟେ ଭାଇ

          ପେଶା କେବେ କରିନାହିଁ

ତଥାପି ମୋହର କିଛି କବିତାରେ

           କଟୁକଥା ଶୁଣୁ ଥାଇ


କହିବା ଲୋକ ତ କିଛି କହିବେ

         କହିବା ତାଙ୍କର କାମ

ସହିପାରନ୍ତିନି ନାହିଁ ରହିପାରନ୍ତିନି

        ଅହଙ୍କାରୀଆ ତା ମନ


କାହାରି କଥାରେ ଭାଙ୍ଗିପଡିବିନି

          ଲେଖୁଥିବି ଦିନରାତି

ଭଲପାଅ କି ନପାଅ ମୋର ଲେଖାକୁ

           ଲେଖିବା ମୋହର ନୀତି


ନୁହେଁ ସାହିତ୍ୟିକ ନୁହେଁ ଗାଳ୍ପିକ

          ନୁହଇ ମୁଁ ବଡ଼ଲୋକ

ଲେଖିଛି ଲେଖୁଛି ଆଗେ ଲେଖଥିବି

          ମୋ ଜୀବନ ଥିବାଯାକ


ମୁହିଁ ନିରଞ୍ଜନ କରେ ନିବେଦନ

          ରଖିବ ମୋହର ମାନ

କଟୁକଥା କେବେ ମୋର କହିବନି

          ଏତିକି ହିଁ ନିବେଦନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍