STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଏତିକି ଗୁହାରି ମୋ ରଥଯାତରାରେ

ଏତିକି ଗୁହାରି ମୋ ରଥଯାତରାରେ

1 min
6.5K


ତୁମର ଟିକିଏ ଅବଢା,ଟିକିଏ ନିର୍ମାଲ୍ୟ,ଟିକିଏ ତୁଳସୀ

ଗଢିପାରେ ସମ୍ପର୍କର ଇତିହାସ

ତୁମର ଟିକିଏ ହସ,ଟିକିଏ ଚାହାଣି,ଟିକିଏ ଆଶିଷ

ତୋଳିଦିଏ ଆଶା ଭରସାର ତାଜମହଲ ।

ତାଳଧ୍ୱଜରେ ଜ୍ୟେଷ୍ଠଙ୍କୁ ଆଗରେ ବସାଇ

ବିଶ୍ୱକୁ ଦେଲ ଭ୍ରାତୃତ୍ୱ ସମ୍ମାନ

ବାଃ କି ବଡପଣ !

ଦେବଦଳନରେ ଗେହ୍ଲା ଭଉଣୀକୁ ବସାଇ ପଛରେ ରହି

ଦେଲ ଶରଧା ସୁରକ୍ଷା

ଶିଖାଇ ପବିତ୍ର ରକ୍ଷାବନ୍ଧନ

ସତରେ ତୁମେ କି ମହାନ୍ !

ପଛରେ ନନ୍ଦିଘୋଷରେ ଜୀବନର ନନ୍ଦିଘୋଷ ଚଳାଇ

ତୁମେ ସିନା ଖୋଜୁଛ ଦାସିଆ,ସାଲବେଗକୁ

ହେଲେ ମୁଁ ଏକଲୟରେ ଚାହିଁଛି

ପାଇବାକୁ ତୁମର ସାନ୍ନିଧ୍ୟ।

ତୁମ ରୂପ,ତୁମ କଥା,ତୁମ ଗାଥା କହିକହି

ସ୍ୱାମିଜୀ ହୋଇଗଲେ ବିଶ୍ୱବିଜୟୀ

ତୁମ ସହ ପ୍ରତିକ୍ଷଣ ସୃଷ୍ଟିହୁଏ ପର୍ବପର୍ବାଣୀ

ତୁମ ସଂସ୍କୃତି ଭାରତୀୟ ମହାନ ସଂସ୍କୃତି

ତୁମ ଯାତ୍ରା ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ଶାନ୍ତି ମୈତ୍ରୀର ପବିତ୍ର ଘୋଷଯାତ୍ରା।

ଲୋଡାନାହିଁ ବଡପଣ ଷାଠିଏ ପଉଠି ରତ୍ନସିଂହାସନ

ବଡଆଶା ତନ ଧନ ମାନ ସମ୍ମାନ

ଭରିଦିଅ ଭକତର ଥାଳେ ଆଶିଷ କଲ୍ୟାଣ

ଏତିକି ଗୁହାରି ମୋ ରଥଯାତରାରେ

ହେ ଭଗବାନ

ପୂର୍ଣ୍ଣ କରିବ କି ଏକ ଶୂନ୍ୟ ସ୍ଥାନ?

ତୁମେ ସିନା ମାନ ପାଇଁ ମା ଲକ୍ଷ୍ମୀଙ୍କୁ ଦେଲ ନାହିଁ ସ୍ଥାନ

ହେଲେ ଅଭିମାନ ତେଜି ଘୋଷଯାତ୍ରାରେ କର ଆମନ୍ତ୍ରଣ

ସାଥିରେ ନବ ଦମ୍ପତି ହେଲେ ବିଦ୍ୟମାନ

ସଂସ୍କୃତି ସ୍ୱୟଂ ସମ୍ପୂର୍ଣ୍ଣା ହେବ

ବିଶ୍ୱ ନିଶ୍ଚେ କରିବ ତୁମ ଜୟଗାନ।


ନାରାୟଣ ଚନ୍ଦ୍ର ସେନାପତି

ଜମ୍ଭରା,କେନ୍ଦୁଝର


Rate this content
Log in