STORYMIRROR

Pranati Mahapatra

Others

2  

Pranati Mahapatra

Others

ଏମିତି ଲାଗିଲା

ଏମିତି ଲାଗିଲା

1 min
13.8K


ଏମିତି ଲାଗିଲା;

ଯେମିତି ସାରା ଜଗତଟା 

ପୂଣ୍ୟର ମଧୁମୟ ଜୋଛନା କିରଣରେ

ଆଲୋକିତହୋଇଉଠିଲା,

ହଟିଗଲା ତମସା,

ଚନ୍ଦ୍ରର ଶୀତଳ ପରଶରେ

ଉତ୍ତପ୍ତ ଧରା ,

ମଧୁମାସର ସ୍ପର୍ଶରେ,

ଖିଲିଖିଲି ହୋଇ ହସି ଉଠିଲା।

ଲିଭିଗଲା କଳଙ୍କର କାଳିମା,

ଉଦ୍ଭାସିତ ହୋଇଉଠିଲା

ସତ୍ୟର,

ପୂଣ୍ୟର,

ଆଲୋକମାଳା ।

ମହମହ ବାସ୍ନାୟିତ

ଚନ୍ଦନ, ଅଗରୁ ଆଉ କର୍ପୂରର

ସୁଗନ୍ଧିତ ମଳୟ।

ଆଭାସ----

ବୋଧହୁଏ, କଳିର ଅବସାନ,

ଆଉ ସତ୍ୟର ଆଗମନ,

ମୁଁ ବୋଧେ ସେହି ଭାଗ୍ୟହୀନ...

ଯିଏ ଏତେ ବିଳମ୍ବରେ ଜ୍ଞାତ,

........ ....... .......

ଆହାଃ.....  

ଭ୍ରମ ସୃଷ୍ଟି ହୋଇଥିଲା ସତେ,

ସବୁ ମରୀଚିକା...

କାରଣ,ଏସବୁଉଚ୍ଚାରଣେ ସତ୍ୟଯୁଗ,

ଆଚରଣେ,

କଳିର କଳ୍ମୁଷ ମଧ୍ୟେଏବେବି ବିଲୀନ,

ତଥାପି

ଅପେକ୍ଷା

ସତରେ, କେବେ ଆସିବ ସେ

ଜ୍ୟୋସ୍ନାବିଧୌତ ରଜନୀ,

ଆଉ,

ଚନ୍ଦନ ମଳୟ...

ଲିଭିଯିବ ,କଳଙ୍କର କାଳିମା,

ଚାରିଆଡ ଶବ୍ଦାୟିତ ହେବ,

ମୋହନ ବଂଶୀର

ସତ୍ୟ ,ଶାନ୍ତି, ଦୟା, କ୍ଷମାର 

କୁହୁତାନ,

ପ୍ରକମ୍ପିତ ହେବ ସୁନ୍ଦର ବାତାବରଣେ

ଗଗନ ପବନ ।

ଶିକ୍ଷୟିତ୍ରୀ

ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ୱର


Rate this content
Log in